oom

ଭାରତ ବନ୍ଦ ପ୍ରଭାବରେ ବଲାଙ୍ଗିର ସହର ଠପ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ବନ୍ଦ ପ୍ରଭାବରେ ଆଜି ବଲାଙ୍ଗିର ସହର ଠପ୍‌ ହୋଇପଡ଼ିଛି । ବଲାଙ୍ଗିର ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ବଲାଙ୍ଗିର ସହରର ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଶହ ଶହ ସଂଖ୍ୟାରେ ସମ୍ମିଳିତ ହୋଇ ପିକେଟିଂ କରୁଥିବା ବେଳେ ମୋଟର୍‌ ସାଇକେଲ୍‌ ଛାଡ଼ିଦେଲେ ସବୁ ଗାଡ଼ି ମଟର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିଥିବା କୁହାଯାଇଛି । ଏବେ ବଲାଙ୍ଗିର ସିଭିଲ୍‌ କୋର୍ଟ ସାମ୍ନାରେ ଆନ୍ଦୋଳନକାରୀମାନେ ଉପସ୍ଥିତ ରହି ପିକେଟିଂ କରୁଥିବା ନଜରକୁ ଆସିଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ମାଧ୍ୟମରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ବର୍ଗର ଆରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ ଆଣି ଆଜି ସାରା ଦେଶରେ ଏସ୍‌ସି ଏସ୍‌ଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଥିବା ବେଳେ ଏହି କ୍ରମରେ ବଲାଙ୍ଗିର ସହର ସଂପୂର୍ଣ୍ଣ ଠପ୍‌ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.