ବଲାଙ୍ଗିର ସହରରେ ଭାରତ ବନ୍ଦର ପ୍ରଭାବ : ବନ୍ଦ ରହିଛି ଦୋକାନ ବଜାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ବଲାଙ୍ଗିର ସହରରେ ମଧ୍ୟ ଦେଖିବାକୁ ମିଳିଛି । ସହର ମଧ୍ୟରେ ଦେକାନ ବଜାର ସବୁ ବନ୍ଦ ରହିଛି । କୃଷକ ସଂଗଠନ, କଂଗ୍ରେସ ଦଳ ତଥା ବନ୍ଦ ପାଳନକୁ ସମର୍ଥନ କରୁଥିବା ସଂଗଠନର ସଦସ୍ୟମାନେ ଆଜି ସକାଳୁ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜବରଦସ୍ତ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.