oom

ରାଷ୍ଟ୍ରବ୍ୟାପୀ ଚରଣବଦ୍ଧ ଆନ୍ଦୋଳନ ପାଇଁ ଓବିସି ମୋର୍ଚ୍ଚାର ଡାକରା : ୧୦ ଡିସେମ୍ବର ଭାରତ ବନ୍ଦ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରବ୍ୟାପୀ ଚରଣବଦ୍ଧ ଆନ୍ଦୋଳନ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଛି । ଆସନ୍ତା ୧୦ ଡିସେମ୍ବର ଦିନ ଭାରତ ବନ୍ଦ ପାଇଁ ନିବେଦନ ମଧ୍ୟ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓବିସି ମୋର୍ଚ୍ଚାର ସଦସ୍ୟମାନେ ନାରାବାଜି କରିବା ସହ ଆଗାମୀ ୧୦ ଡିସେମ୍ବର ଭାରତ ବନ୍ଦ ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତିଭିତ୍ତିକ ଜନଗଣନା ଓ ଓବିସି ମାନଙ୍କ ଜନଗଣନା କରିବାକୁ ମନା କରାଯିବା ବିରୁଦ୍ଧରେ, ତିନୋଟି କଳା କୃଷି ଆଇନ ବିରୁଦ୍ଧରେ, ଇଭିଏମ୍‌ ବିରୁଦ୍ଧରେ, ଘରୋଇ କ୍ଷେତ୍ରରେ ସଂରକ୍ଷଣ କାର୍ଯ୍ୟକାରୀ କରାଯିବା ସମର୍ଥନରେ, ପୁରୁଣା ପେନ୍‌ସନ୍‌ ସ୍କିମ୍‌କୁ ପୁନର୍ବାର ଲାଗୁ କରାଯିବା ଦାବୀରେ, ଓଡ଼ିଶାରେ ଶିକ୍ଷା, ଚାକିରୀ ଏବଂ ରାଜନୀତିରେ ଓବିସି ମାନଙ୍କୁ ୨୭% ସଂରକ୍ଷଣ ଦାବୀରେ, ଓଡ଼ିଶା ସରକାରଙ୍କ ଦ୍ୱାରା ନାରୀ ନିର୍ଯାତନା ତଥା ଜାତି ଭିତ୍ତିକ ନିର୍ଯାତନା ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ ଦୋଷୀମାନଙ୍କ ପାଇଁ ଫାଶି ଦଣ୍ଡର ବ୍ୟବସ୍ଥା ଦାବୀରେ ଡିସେମ୍ବର ୧୦ ଭାରତ ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.