ଶ୍ରୀଲଙ୍କା ଇଣ୍ଟରନେସନାଲ ଯୋଗାସନ ଚାମ୍ପିୟାନସିପରେ ଭାରତ ପାଇଁ ଗଞ୍ଜାମ ପୁଅ ରୌପ୍ୟ ପଦକ ନେଇ ଗୌରବ ଆଣିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ଇଣ୍ଟରନେସନାଲ ଯୋଗାସନ ଚାମ୍ପିଅନସିପରେ ଭାରତ ପାଇଁ ଗଞ୍ଜାମ ପୁଅ ବସନ୍ତ ନାୟକ ରୌପ୍ୟ ପଦକ ନେଇ ଗୌରବର ଗାଥା ପହଞ୍ଚାଇଲେ । ରୌପ୍ୟପଦକରେ ବିଜୟୀ ହେଲେ ଗଞ୍ଜାମ ବ୍ଲକ କରପଡା ଗ୍ରାମ ପଞ୍ଚାୟତର ଆଲିଆବାଦ ଗ୍ରାମର ଯୁବକ ବସନ୍ତ ନାୟକ । ଏହା ତାଙ୍କ ନିଜ ଗାଁ ପାଇଁ ତଥା ଗଞ୍ଜାମ ଜିଲ୍ଲା ପାଇଁ ଯେତିକି ବିସ୍ମିତ କରିଛି, ସେତିକି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏଥିରେ ୧୭ଟି ଦେଶର ପ୍ରତିଯୋଗି ଭାଗ ନେଇଥିବା ବେଳେ ଭାରତରୁ ପ୍ରତିନିଧିତ୍ଵ କରୁଥିବା ୨ ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଥିଲେ । ଅଗଷ୍ଟ ୨୨ରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ବସନ୍ତକୁ ନିଜ ଯୋଗ ପଦର୍ଶନରେ ରୌପ୍ୟପଦକ ପ୍ରାପ୍ତ ହୋଇଥିବା ବେଳେ ଯୋଗଗୁରୁ ଭାବେ ଏସିଆ ପେସିଫିକ ଆୱାର୍ଡ ମଧ୍ୟ ମିଳିଥିଲା । ତେବେ ଗୁରୁବାର ପ୍ରଶାନ୍ତ ଶ୍ରୀଲଙ୍କାରୁ ନିଜ ଜନ୍ମ ମାଟିକୁ ଫେରିବା । ପରେ ଛତ୍ରପୁରଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା । କରପଡା ସରପଞ୍ଚଙ୍କ ସମେତ ସ୍ଥାନୀୟ ଯୁବକମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରଶାନ୍ତ ଜଣେ ମଧ୍ୟବିତ୍ତ ପରିବାରର ହୋଇଥିବା ବେଳେ ନିଜର ପ୍ରତିଭା ବଳରେ ଆଜି ବିଶ୍ୱ ଦରବାରରେ ନିଜକୁ ପରିଚିତ କରିପାରିଛନ୍ତି । ଆଜି ବିଶ୍ଵର କୋଣ ଅନୁକୋଣରେ ଆଧ୍ୟାତ୍ମିକ ସାଧନା ଯୋଗ ପହଞ୍ଚିପାରିଛି । ସମାଜର ପ୍ରତିଟି ଲୋକ ଯୋଗକୁ ଆଦରି ନିଜ ଦୈନନ୍ଦିନ ଜୀବନରେ ସାମିଲ କରିଛନ୍ତି । ତେଣୁ ଯୋଗାସନ ଚାମ୍ପିୟାନସିପରେ ଭାରତକୁ ସଫଳତା ଅନେକ ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା ପାଲଟିବ ବୋଲି ରୌପ୍ୟପଦକରେ ବିଜୟୀ ବସନ୍ତ କହିଛନ୍ତି । ଆଗାମୀ ଦିନରେ ସେ ସ୍ଥାନୀୟ ଅଞ୍ଚଳର ପିଲାଙ୍କୁ ଯୋଗ ଶିକ୍ଷା ଦେଇ ଜାତୀୟ ଆନ୍ତର୍ଜାତୀୟସ୍ତରରେ ପହଞ୍ଚାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.