କୁକୁଡାଖଣ୍ଡି ରାଉତ ବନ୍ଦ ନିକଟରେ ଭାରସାମ୍ୟ ହରାଇ ଗର୍ତ୍ତ ମଧ୍ୟରେ ଫସିଗଲା ବସ୍ : ଅଳ୍ପକେ ବଞ୍ଚିଲେ ସମସ୍ତ ବସ୍ ଯାତ୍ରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଏକ ଘରୋଇ ବସ୍ କୁକୁଡାଖଣ୍ଡି ରାଉତ ବନ୍ଦ ନିକଟରେ ଭାରସାମ୍ୟ ହରାଇ ଗର୍ତ୍ତ ମଧ୍ୟରେ ଫସିଗଲା । ସୂଜନା ଅନୁସାରେ ଘରୋଇ ବସ୍ ସାଇ ରାମ ବୋଲି କୁହାଯାଏ । ବସ୍‌ର ଡ୍ରାଇଭର ଭାରସାମ୍ୟ ହରାଇ ଥିବା ଜଣାପଡିଛି । ଅଳ୍ପକେ ସମସ୍ତ ବସ୍ ଯାତ୍ରୀ ବଞ୍ଚିଗଲେ ବୋଲି କୁହାଯାଏ । କୁକୁଡାଖଣ୍ଡି ରାଉତବନ୍ଧ ନିକଟରେ ବସ ଭାରସାମ୍ୟ ହରେଇ ଏକ ଗର୍ତ୍ତ ମଧ୍ୟରେ ଫସି ଗଲା । ସୌଭାଗ୍ୟ ବଶତଃ ଏହି ବସ୍ ଜନିତ ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଏବଂ ସମସ୍ତେ ନିରାପଦରେ ଘରକୁ ଫେରି ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.