ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଭ୍ରମଣ କଲା ଆମ ସଂକଳ୍ପ ବିକଶିତ ଭାରତ, ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ରଥ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଆମ ସଂକଳ୍ପ ବିକଶିତ ଭାରତ, କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟି ରଥ ଭ୍ରମଣ କରିଛି । ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ବିକଶିତ ଭାରତର ସଂକଳ୍ପ ଗ୍ୟାରେଣ୍ଟି ରଥ ତୁରେକେଲା ବ୍ଲକ ଅନ୍ତର୍ଗତ ଭିନ୍ନ ଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ବୁଝାଉଛି । ଲୋକମାନେ କେମିତି ସବୁ ଯୋଜନାର ଲାଭ ପାଇପାରିବେ ତାକୁ ନେଇ ଏହି ରଥ ଭ୍ରମଣ କରି ସମସ୍ତଙ୍କୁ ଅବଗତ କରାଉଛି । ତୁରେକେଲା ବ୍ଲକ ବଡବାଙ୍କି, ଘୁନେଶ୍ ପଞ୍ଚାୟତ, ତୁରେକେଲା ,ଝରଣୀ, କନ୍ଦେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ ସବୁ ବୁଲି ଲୋକଙ୍କୁ ସଚେତନ କରୁଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସଭାପତି ରାଜ୍ୟ ଯାଦବ ମହାସଭା ଲକ୍ଷ୍ମଣ ବାଗ, ଏମ୍ପି ନମିନି ସୁଦର୍ଶନ କଟା, ବଡବାଙ୍କି ସରପଞ୍ଚ ଡୋଲାଧର ବାଗ, ସମିତି ସଭ୍ୟ ରବି ଟାକ୍ରି, ତୁରେକେଲା ବ୍ଲକ ସରପଞ୍ଚ ସଂଘ ସଭାପତି ଜଳନ୍ଧର ମହାକୁଡ, ସମସ୍ତ ସିଆର୍‌ପି ଏବଂ ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.