ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଲା : ଖସି ପଡିଲା ଡମ୍ଫର, ୧୧ ଘଣ୍ଟାର ଆପ୍ରାଣ ଚେଷ୍ଟାରେ ଉଦ୍ଧାର ହେଲେ ଡ୍ରାଇଭର

ସମ୍ବଲପୁର, (କରୁଣାକର ଶତପଥୀ) : ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଯିବା ଫଳରେ ପାଣି ଭିତରେ ଡ଼ମ୍ଫର ଖସି ପଡ଼ିଥିବା ଭଳି ଏକ ଖବର ଆସିଛି । ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳକୁ କୁଚିଣ୍ଡାକୁ ସଂଯୋଗ କରୁଥିବା ଝୁଲେନପୋଲ ଭୁଷୁଡ଼ି ପଡ଼ିଛି । ଏକ ଡମ୍ଫର ଟ୍ରକ୍‌ ଏହି ପୋଲ ଦେଇ ଯିବା ବେଳେ ଏହାର ସାଇଟ୍‌ ବାଡ଼ାକୁ ଧକ୍କା ଦେବା ଫଳରେ ବ୍ରିଟିଶ୍‌ ଅମଳର ଏହି ଲୁହା ପୋଲ ଭାଙ୍ଗିଯାଇଛି ଓ ଟ୍ରକ୍‌ଟି ପୋଲ ତଳକୁ ଖସି ପଡ଼ିଛି । ଟ୍ରକ୍‌ ଭିତରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ଟ୍ରକ୍‌ ଭିତରେ ଫଶି ରହିଥିଲେ । ତେବେ ଦୀର୍ଘ ୧୧ ଘଣ୍ଟାର ଆପ୍ରାଣ ଚେଷ୍ଟା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.