ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମର ଲୋକନାଥ ନାଗ ଓ ତାଙ୍କ ପରିବାର ହସ ଖୁସିରେ ରାତିରେ ଶୋଇପଡିଲେ । ରାତି ସାରା ଲଗାଣ ବର୍ଷାରେ ସକାଳ ନ ପାହାଣୁ ପ୍ରାତଃ ୩ଟା ସମୟରେ ତାଙ୍କର ରହୁଥିବା ଚାଳ ଛପର ଘର ଭାଙ୍ଗି ପଡିଥିଲା । ଯାହା ଫଳରେ ବାଇକ ସହ ଗୃହ ସାମଗ୍ରୀ ସବୁ ସେଥିରେ ପୋତି ହୋଇଯାଇଥିଲା । ଘର ଭାଙ୍ଗିଲା ପରେ ଉକ୍ତ ପରିବାର କେଉଁଠି ଆଶ୍ରୟ ନେବେ ଚିନ୍ତାରେ ପଡ଼ି ଯାଇଛନ୍ତି । ବର୍ଷାରେ ଭାଙ୍ଗିଥିବା ଘର ମରାମତି ହେବା ସମ୍ଭବପର ନୁହେଁ । ଉକ୍ତ ପରିବାର ଦାରିଦ୍ର୍ୟ ସୀମାରେଖାରେ ରହିଥିବାରୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ତାଙ୍କୁ ଆଶ୍ରୟ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଏକ ପକ୍କା ବାସଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବୀ ହୋଇଛି ।
Next Post