oom

ଘରକୁ ଭଙ୍ଗାରୁଜା ଘଟଣା : ୨ ଗୋଷ୍ଠୀର ୪ କୋର୍ଟ ଚାଲାଣ

jsmm

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଫଟାମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଜଣେ ଯାଦବ ପରିବାରର ଘରକୁ ଟେକା ପଥର ମାରିବା ସହ କବାଟ ଆସବାବପତ୍ର ଭଙ୍ଗାରୁଜା କରିବା ସହିତ ଜୀବନରୁ ମାରିଦେବା ଧମକ ଚମକ ଦେଇଥିବା ନେଇ ସଇଁତଲା ଥାନାରେ ପ୍ରେମ କଠାରଙ୍କ ପତ୍ନୀ କୁମ କଠାର ଅଭିଯୋଗ କରିଥିଲେ । ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଫଟାମୁଣ୍ଡା ଗାଁର ନାରାୟଣ ଭୋଇ ଓ କୀର୍ତ୍ତି ଭୋଇ । ଅନ୍ୟପଟେ ଗାଁର ଧନୀରାମ ଭୋଇଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେବା ଓ ଜାତିକୁ ଆକ୍ଷେପ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ପ୍ରେମଚାନ୍ଦ କଠାର ଓ ତାଙ୍କ ପୁଅ ପ୍ରକାଶ କଠାରଙ୍କୁ ଗିରଫ କରି ସଇଁତଲା କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦିଆଯାଇଛି । ପ୍ରକାଶ ଯେ, ଗତ ୫ତାରିଖ ରବିବାର ଆଦିବାସୀ ସଂଘ ତରଫରୁ ପାରମ୍ପରିକ ଅସ୍ତଶସ୍ତ୍ର ଧରି ଏକ ବିରାଟ ସଚେତନତା ରାଲି କରିବା ସହ ପୂର୍ବ ଶତ୍ରୁତାକୁ ନେଇ ଗାଁର ପ୍ରେମ କଠାର ନାମକ ଜୈନିକ ବ୍ୟକ୍ତିଙ୍କ ଘର ଉପରକୁ ଟେକା ପଥର ମାରିଥିଲେ । ଏହାପରେ ପୋଲିସ ଓ ଆଦିବାସୀମାନେ ଧସ୍ତାଧସ୍ତି ହୋଇ ପ୍ରେମଙ୍କ ଘରକୁ ଧସେଇ ପଶିଥିଲେ ।

jittmm
Leave A Reply

Your email address will not be published.