oom

ବାବା ବର୍ଫାନି କାୱଡିଆ ସେବା ମଣ୍ଡଲ ପକ୍ଷରୁ ବୋଲବମ୍‌ ଭକ୍ତଙ୍କୁ ଭଣ୍ଡାରା ସେବା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଶ୍ରାବଣରେ ଗତ ଦୁଇଦିନ ଧରି ଆହୋରାତ୍ର ବଲାଙ୍ଗିର ସଦର ବ୍ଲକ ସ୍ଥିତ ବାରପୁଡୁଗିଆ ଠାରେ ବଲାଙ୍ଗିର ବାବା ବର୍ଫାନି କାୱଡିଆ ସେବା ମଣ୍ଡଲ ପକ୍ଷରୁ ଭଣ୍ଡାରା ଆୟୋଜନ କରାଯାଇଛି । ଗତ ୧୫ବର୍ଷ ହେଲା ଏହି ଅନୁଷ୍ଠାନର ମୂଖ୍ୟ ନରେନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ନିରବଚ୍ଛିନ ଆକାରରେ ଏହି ଅନୁଷ୍ଠାନ ସେବା ଯୋଗଇ ଆସୁଛି । ଶୌବପିଠ ହରିଶଙ୍କ ଝରଣାରୁ କାୱଡିଆମାନେ ପାଣି ଆଣି ବଲାଙ୍ଗିର, ସୋନପୁର, ବୌଦ୍ଧ ଏପରିକି ଗଂଜାମ, ଭୂବନେଶ୍ୱରକୁ ନେଇ ମହାଦେବଙ୍କୁ ଜଳାଭିଶେକ କରିଥାନ୍ତି । ଶନିବାର ସକାଳୁ କର୍ତା ରୁପେ ମୁକେଶ ପଟେଲ ଓ ହୀନା ପଟେଲଙ୍କ ଦ୍ୱାରା ବାବା ବର୍ଫାନିଙ୍କ ପୂଜା କରାଯାଇଥିଲା । ପୁଜା ପରେ ଭଣ୍ଡାରା ଆରମ୍ଭ ହୋଇଥିଲା । ରାସ୍ତାରେ ଗଲା ସମୟରେ କାୱଡିଆ ଭକ୍ତମାନେ ହଜାର ହଜାର ସଂଖ୍ୟାରେ ବାବା ବର୍ଫାନି କୱଡିଆ ସେବା ମଣ୍ଡଲର ଆୟୋଜିତ ଭଣ୍ଡାରାର ସେବା ନେବା ସହ ବଲାଙ୍ଗିର ସହରର ବିଭିନ୍ନ ବର୍ଗର ଲୋକେ ଏବଂ ଆଖପାଖ ଗ୍ରାମର ଲୋକେ ମଧ୍ୟ ଆସି ଏହି ଭଣ୍ଡାରର ଯୋଗ ଦେଇଥାନ୍ତି । ଏହିଠାରେ ବିଭିନ୍ନ ପ୍ରକାର ଖାଦ୍ୟ, ମିଠା, ଚା, ବିସ୍କୁଟ ପରସା ଯିବା ସହ କାୱଡିଆମାନଙ୍କ ସୋଇବା ଏବଂ ତାଙ୍କ ଶାରିରିକ କ୍ଲାନ୍ତି ମେଂଟାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଗରମ ପାଣି ଏବଂ ବିଭିନ୍ନ ପ୍ରକାର ତୌଳରେ ତାଙ୍କର ଗୋଡ ମାଲିସ ମଧ୍ୟ କରାଯାଏ । ବଲାଙ୍ଗିର ସହରର ଏକ ମେଡିକାଲ ଟିମ୍‌ ମଧ୍ୟ ଦୁଇଦିନ ଧରି ୨୪ଘଂଟା ସେବା ଯୋଗଇ ଦେଇଥାନ୍ତି । ଦୁଇଦିନ ଧରି ସଂଧ୍ୟାରେ ବଲାଙ୍ଗିର ପଂଚମ କଳା ପରିଷଦର କଳାକାରମାନଙ୍କ ଦ୍ୱାରା ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା ଏବଂ ଉକ୍ତ ସ୍ଥାନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଦୁଇଦିନ ହଜାର ହଜାର ସଂଖ୍ୟାରେ କାୱଡିଆଙ୍କ ସମେତ ସହରର ବିଭିନ୍ନ ଅନୁଷ୍ଠାନର ଲୋକମାନେ ଏଠାରେ ଭିଡ ଜମାଇଥାନ୍ତି । ଚଗଲା ପରିଚ୍ଛା, ଆକାଶ ମିଶ୍ର, ସୁଦ୍ଧାର୍ଥି ପଟେଲ, ମନୋଜ କୁମାର ସାହୁ, ମନୋଜ ମହାନ୍ତି, ସନ୍ତୋଷ ଅଗ୍ରୱାଲ, ସୁରନ୍ଦ୍ର କୁମାର ସାହୁ, ମୁନ୍ନାଲାଲ ଅଗ୍ରୱାଲ, ସୀତାରମ ମେହେର, ସୁରିନ୍ଦର ସିଂ, ରାହୁଲ ସାହୁ, ଦର୍ଶନ ଭମର, ରାଜେନ୍ଦ୍ର ପରମାର, ସୀମାଂଚଳ ପଣ୍ଡା, ପ୍ରଶାନ୍ତ ସାହୁ, ଦେବଦତ ମିଶ୍ର, ସୁରଜ ବେହେରା, ରାଜ କୁମାର ହୋତାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାୱଡିଆମାନଙ୍କୁ ସେବା ଯୋଗେଇଥିଲେ ।

jittmm
Leave A Reply

Your email address will not be published.