oum

ଥମୁନି ଅନ୍ଧବିଶ୍ୱାସ : ଭଣ୍ଡ ବାବାଙ୍କ ହତ୍ୟା ଉଦ୍ୟମ : ସହେଯାଗୀ ଗିରଫ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକବିଂଶ ଶତାବ୍ଦିରେ ବିଜ୍ଞାନର ଏତେ ପ୍ରଚାର ପ୍ରସାର ପରେ ବି ଥମି ନାହିଁ ଅନ୍ଧବିଶ୍ୱାସ । ବରପ୍ରାପ୍ତି ପାଇଁ ଆଜିବି ବିଭିନ୍ନ ସମୟରେ ନରହତ୍ୟା ଘଟଣା ସର୍ବସମ୍ମୁଖକୁ ଆସୁଛି । ବଲାଙ୍ଗିର ସହରରେ ମଧ୍ୟ ଏଭଳି ଘଟଣା ସାମନାକୁ ଆସିଥିବା ବେଳେ ଏକ ଭଣ୍ଡ ବାବାଙ୍କ ନର ହତ୍ୟା ଉଦ୍ୟମର ଅଭିଯୋଗ ହୋଇଛି । ତେବେ ଘଟଣା ସମୟରେ ପାଟି ତୁଣ୍ଡ ହେବାରୁ ବାବା ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ବାବାଙ୍କ ସହେଯାଗୀଙ୍କୁ ଅଂଚଳବାସୀ କାବୁ କରି ପୋଲିସକୁ ଦେଇଛନ୍ତି । ତେବେ ଏହି ଘଟଣା ଘଟିଛି ବଲାଙ୍ଗିର ସହରର କନ୍ଧପାଲି ପଡା ଠାରେ । ଗତ ଛଅ ସାତ ବର୍ଷ ହେବ ବିଜୟ ନାମକ ଜଣେ ବାବା ଫୁଲବାଣୀ ଅଂଚଳରୁ ଆସି ରହୁଥିଲେ । ପ୍ରଥମେ ଆଲୁ ପିଆଜ ବେପାର ପରେ ପରେ ବାବ ସାଜି ପୂଜା ଧଜା କରୁଥିଲେ । ସୋମବାର ଅମାବାସ୍ୟା ଦିନ କନ୍ଧପାଲି ବାସିନ୍ଦା ଅଶୋକ ବିଶି ଘରକୁ ଫେରୁଥିବା ବେଳେ ବିଜୟ ବାବା ତାଙ୍କୁ ହଠାତ ଡାକି ଦେବୀ ପ୍ରସାଦ ଦେଇଥିଲେ । ଅଶୋକ ଦେବୀଙ୍କୁ ମୁଣ୍ଡିଆ ମାରି ପ୍ରସାଦ ନେଇ ଘରକୁ ଫେରିଥିଲେ । ସେହି ରାତି ପ୍ରାୟ ସାଢେ ଏଗାର ଟାରେ ବାବା ବିଜୟ ତାଙ୍କ ସହେଯାଗୀ ତାଲପାଲି ପଡା ନିବାସୀ ମହେଶ୍ୱର ମାଝୀଙ୍କ ସହିତ ଅଶୋକଙ୍କ ଘରକୁ ଯାଇ ଟିଣ କବାଟ ବାଡେଇ ଡାକିଥିଲେ । କବାଟ ଖୋଲିବାରୁ ଆଜି ଅମାବାସ୍ୟା, ମୋ ଦେହରେ ଦେବୀ ଆସିଛନ୍ତି । ମୋତେ ଘରକୁ ଡାକିବୁନି ବୋଲି କହିଥିଲେ । ଦେବୀ ଭୟରେ ଅଶୋକ ଓ ତାଙ୍କ ସ୍ତ୍ରୀ କୁମାରୀ ବାବାଙ୍କୁ ଘରକୁ ଡାକି ମୁଣ୍ଡିଆ ମାରିଥିଲେ । କୁମାରୀଙ୍କ କେବଳ ଦୁଇଟ ଝୀଅ ଥିବାରୁ, ମୋ କଥା ମାନିଲେ ତତେ ପୁଅ ବର ଦେବୀ ବୋଲି କହିବା ସହ ଉଭୟ ଦମ୍ପତ୍ତିଙ୍କୁ ବେକ ଧରି ପାଖ ପୋଖରିକୁ ଟାଣୀ ଆଣିଥିଲେ । ପୋଖରିରେ ଉଭୟଙ୍କୁ ବାରମ୍ବାର ବୁଡ ଦେବା ସମୟରେ ଆଜି ତୁମର ବଳି ଦେବୀ ବୋଲି ଚିକ୍ରାର କରିବାକୁ ଲାଗିଲେ । ଜୀବନ ଭୟରେ ଉଭୟ ଅଶୋକ ଓ କୁମାରୀ ମଧ୍ୟ ପାଟି କରି ସହାଯ୍ୟ ମାଗୁଥିଲେ । ଠିକ ଏତିକି ବେଳେ କିଛି ଯୁବକ ପାଟିତୁଣ୍ଡ ଶୁଣି ପାଖକୁ ଦୌଡି ଆସିବାରୁ, ବାବା ଓ ସହେଯାଗୀ ଦମ୍ପତ୍ତିଙ୍କୁ ଛାଡି ଘଟଣା ସ୍ଥଳରୁ ଫେରାର ମାରିଥିଲେ । କିଛି ସମୟ ପରେ ପୁଜା ସାମଗ୍ରୀ ଭସାଇବା ପାଇଁ ବାବାଙ୍କ ସହେଯାଗୀ ମହେଶ୍ୱର ପୁଣି ପୋଖରିକୁ ଆସିଥିଲେ । ଅଂଚଳବାସୀ ତାଙ୍କୁ କାବୁ କରି ପୋଲିସ ଡାକି ତାଙ୍କୁ ଜିମା ଦେଇଥିବା ଦମ୍ପତ୍ତି କହିଛନ୍ତି । ଘଟଣାରେ ବାବାଙ୍କ ସହେଯାଗୀ ମହେଶ୍ୱର ଗିରଫ ହୋଇଥିବା ବେଳେ ଅଶୋକ ବିଶି ସପତ୍ନିକ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ତେବେ ଘଟଣାର ବିଭିନ୍ନ ଦିଗ ଉପରେ ପୋଲିସ ତଦନ୍ତ କରିଥିବା ବେଳେ ଘଟଣାର ସବିଶେଷ ତଦନ୍ତ । ପରେ ଯାଇ ଏହାର ସତ୍ୟାସତ୍ୟ ଉଜାଗର ହେବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.