om academy

ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ଆହତ

jsm

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଞ୍ଚାୟତର କମ୍ପିରା ଗାଁରେ ଦେଖା ଦେଇଛି ଜଙ୍ଗଲୀ ଭାଲୁ ଆତଙ୍କ । ଗୋଟିଏ ଜଙ୍ଗଲୀ ଭାଲୁ ତାର ଦୁଇ ଛୁଆକୁ ନେଇ ନିଶ୍ଚନ୍ତା ଜଙ୍ଗଲରୁ ଆସି ଗାଁରେ ପଶିଯାଇଛି । ଖବରପାଇ ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଏହି ଜଙ୍ଗଲୀ ଭାଲୁଟି ୨ରୁ ୩ ଦିନ ହେବ ଅଞ୍ଚଳରେ ଆତଙ୍କ ଖେଳାଇ ରଖିଛି । ଏପରିକି ଭାଲୁ ଆକ୍ରମଣରେ ଗାଁର ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଫଳରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏପରିକି ଚାଷୀମାନେ ନିଜ କ୍ଷେତକୁ ଯିବାକୁ ଭୟ କରୁଛନ୍ତି । ଏ ସମ୍ପର୍କରେ ଚଣ୍ଡିଖୋଲ ବନ ବିଭାଗକୁ ଖବର ଦିଆଯିବା ପରେ ବନ କର୍ମଚାରୀମାନେ ଗାଁରେ ପହଞ୍ଚି ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସତର୍କ ଓ ସଚେତନ କରାଇଛନ୍ତି ।

Leave A Reply

Your email address will not be published.