om academy

ଜୟପୁର ବ୍ଲକର ବିଭିନ୍ନ ଗାଁରେ ଭାଲୁ ଆତଙ୍କ

jsm

ଜୟପୁର : ଜୟପୁର ବ୍ଲକର ବିଭିନ୍ନ ଗାଁରେ ଭାଲୁ ଆତଙ୍କ । ଗାଁରେ ପଡିଛି ତାଟି କବାଟ । ଗୋଟିଏ କି ୨ଟି ନୁହେଁ ୪ଟି ବଡ ବଡ ଭାଲୁ ଆତଙ୍କ ଏବେ ଗାଁରେ । ଦିନ ହେଉ କି ରାତି କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ଗାଁ ଭିତରେ ପଶୁଛନ୍ତି ଭାଲୁ । ଭୟରେ ଗ୍ରାମବାସୀ ସନ୍ଧ୍ୟା ହେଉ ହେଉ ଘରେ ତାଟି କବାଟ ପକାଇ ଦେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଲକ୍‌ର ସିନ୍ଧିଗାଁ, ହାଡ଼ିଆ ଓ ପୁଟ୍ରା ଗାଁରେ । ଫଳରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ରାତିରେ ନିଜ ଘରକୁ ନ ଫେରି ଆଉ ଏକ ଗାଁରେ ଆଶ୍ରୟ ନେଉଥିବା ଜଣାପଡିଛି । ଭାଲୁ କେତେବେଳେ ରାସ୍ତା ଉପରେ ଯାତାୟତ କରୁଛି ତ ସନ୍ଧ୍ୟାରେ ଗାଁ ଲୋକଙ୍କ ଘର ଭିତରେ ପଶୁଛି ଏବଂ ରାତିରେ ରାସ୍ତା ଉପରେ ୪ଟି ଭାଲୁ ଶୋଇ ରହୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.