ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା : ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗ୍ରାମର ଜେମାଦାର ସିଂ ଛେଳି ଚରାଇବାକୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed, but trackbacks and pingbacks are open.