oum

ଶୌଚ ହେବା ପାଇଁ ଯିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ

jsm

ବଲାଙ୍ଗିର, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅନ୍ତର୍ଗତ ତୁରେକେଲା ବ୍ଲକ ମହୁଲବାହାଲି ଗ୍ରାମରେ ଆଜି ଶୌଚ ହେବା ପାଇଁ ଯିବା ସମୟରେ ଜଣେ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଭାଲୁ ଆକ୍ରମଣରେ ଗୁରୁତର୍‌ ହୋଇଥିବା ଯୁବକ ଜଣକ ହେଉଛନ୍ତି ମହୁଲବାହାଲି ଗ୍ରାମର ରାମସାଏ ମାଝୀ । ସୂଚନା ଅନୁସାରେ ଆଜି ସକାଳ ୬ ଟାରେ ରାମସାଏ ନିଜ ସଂପର୍କୀୟମାନଙ୍କ ସହ ବିଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏହି ସମୟରେ ତିନୋଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ରାମସାଏଙ୍କୁ ରକ୍ତ ଯୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ସଂପର୍କୀୟମାନେ ଉଦ୍ଧାର କରି ପ୍ରଥମେ କଂଟାବାଂଜି ଓ ବର୍ତ୍ତମାନ ବଲାଙ୍ଗିର ମେଡ଼ିକାଲକୁ ଆଣି ଭର୍ତ୍ତି କରିଥିବା ସୂଚନା ମିଳିଛି । ଅନ୍ୟପଟେ ସେହି ଅଚଂଳରେ ଏବେ ବି ଭାଲୁମାନେ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିବା ଜଣାପଡିଛି । ତେବେ ଏଥିପ୍ରତି ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.