ଗାଁ ଭିତରେ ଭାଲୁ : ଘଉଡ଼ାଇବାକୁ ନାକେଦମ ହେଲେ ବନ ବିଭାଗ

ନୀଳଗିରି : ଗାଁ ଭିତରେ ଭାଲୁ । ଭାଲୁକୁ ଜଙ୍ଗଲକୁ ଘଉଡ଼ାଇବାକୁ ନାକେଦମ ହେଲେ ବନ ବିଭାଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ମିତ୍ରପୁର ବଣିଆ ଗାଁ ଅଂଚଳରେ । ସୂଚନା ଅନୁସାରେ, ଗତକାଲି ରାତିରେ ଭାଲୁ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆସିଥିଲେ । ଗୋଟିଏ ଭାଲୁ ଆଉ ଜଙ୍ଗଲକୁ ଯାଇନପାରି ବଣିଆ ବ୍ରାହ୍ମଣ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ରହିଯାଇଥିଲା । ବନ ବିଭାଗକୁ ଖବର ଦେବା ପରେ ଗ୍ରାମବାସୀ ଓ ବନବିଭାଗ ଅତି ସତର୍କତାର ସହ ଭାଲୁଟିକୁ ଘଉଡ଼ାଇ ଦେଇଥିଲେ। ପରେ ଭାଲୁଟି ପାଖ ଜଙ୍ଗଲକୁ ପଳାଇ ଯାଇଥିବାର ଦେଖାଯାଇଛି ।

Leave A Reply

Your email address will not be published.