oom

ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିରର ଭକ୍ତିରସ କବିତା ଆସର ଅନୁଷ୍ଠିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ ଘଟିକା ସମୟରେ ଭକ୍ତିରସ କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୁଗ୍ମ ସଂପାଦକ ଯୁବକବି କୃଷ୍ଣେନ୍ଦୁ ହୋତା ସଭା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଦେବଗଡ ଜିଲ୍ଲାର ବରିଷ୍ଠ କବି ଲୋକନାଥ ବେହେରା ଯୋଗଦେଇ ଭକ୍ତିରସ କବିତା ଉପରେ ଆଲୋକପାତ କରିଥିଲେ । ବରେଣ୍ୟା କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭକ୍ତିରସ କବିତାର ମାର୍ମିକ ଦିଗ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଝାରସୁଗୁଡ଼ା ଜିଲ୍ଲାର ସୁସାହିତ୍ୟିକା କବୟିତ୍ରୀ ଉତ୍ତମା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭକ୍ତିରସ ପୂର୍ଣ୍ଣ କବିତା ଶୁଣାଇ ଉପସ୍ଥିତ ଶ୍ରୋତାମାନଙ୍କ ମନକୁ ମୋହି ନେଇଥିଲେ । ଉପସ୍ଥିତ ସମସ୍ତ ଅତିଥି ଭାଷା ସାହିତ୍ୟର ପ୍ରଗତି ଦିଗରେ ନିଷାନ୍‌ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରିୟା ମିଶ୍ର ଆବାହନୀ ସଂଗୀତ ଗାନ କରିଥିବା ବେଳେ ଶେଷରେ ନିଷାନ୍‌ର ବରିଷ୍ଠ କବୟିତ୍ରୀ ସାବିତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଯୁବକବି କୃଷ୍ଣେନ୍ଦୁ ହୋତାଙ୍କ ସୁନ୍ଦର ସଂଯୋଜନାରେ ଭକ୍ତିରସ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ, ଗଜପତି ଓ ସମ୍ବଲପୁର ଜିଲ୍ଲାର ଶତାଧିକ କବି କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ନିଷାନ୍‌ର ଉପଦେଷ୍ଟା ସୋମନାଥ ମିଶ୍ର, ଗୋପିକୃଷ୍ଣ ପାଣ୍ଡିଆ, ନାଭିଦତ୍ୟ ଦିଗାଲ, ବୈରାଗୀ ସାହୁ, ସନ୍ତୋଷ କୁମାର ବେହେରା, କବୟିତ୍ରୀ ସାବିତ୍ରୀ ସାହୁ, ସସ୍ମିତା ସେଠ, ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, କବିତା ମିଶ୍ର, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ତୃପ୍ତିମୟୀ ତ୍ରିପାଠୀ, ଜ୍ୟୋତିରାଣୀ ମିଶ୍ର, ରଶ୍ମି ପାତ୍ର, ହୀରାବତୀ ସାହୁ, ସଂଯୁକ୍ତା ପରିଚ୍ଛା, ସଂଗୀତା ମୋହନ ଗହୀର, ପ୍ରସନ୍ନ ପୟାସ, ରଞ୍ଜନ ବେହେରା, ଚମ୍ପେଶ୍ୱର ଦାନୀ, ପ୍ରସନ୍ନ ହୋତା, ବୀରେନ୍ଦ୍ର ପାଣ୍ଡେ, ଫାଲଗୁନି ରଣା, ନାରାୟଣ ଦଣ୍ଡସେନା, ସହଦେବ ମେହେର, ନରସିଂହ ମହାଣା, ଯୁଗେଶ୍ୱର ତାଣ୍ଡି, ସତ୍ୟନାରାୟଣ ମିଶ୍ର, ଆଶୁକବି ହେମନ୍ତ ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

jittmm
Leave A Reply

Your email address will not be published.