ନୃସିଂହନାଥରେ ନବାନ୍ନ ଖାଇଲେ ହଜାରରୁ ଅଧିକ ଭକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧି ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ, ମହାପ୍ରଭୁ ମାର୍ଜରକେଶରୀଙ୍କର ନିକଟରେ ଗୁରୁବାର ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ପୁର୍ଣ୍ଣ ରିତି ନୀତି ଅନୁସାରେରେ ନବାନ୍ନ ଅର୍ପଣ କରାଯାଇଛି । ଆଜି ମନ୍ଦିର ସେବାୟତ ଓ ପୂଜକମାନଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ପାର୍ଶ୍ଵ ଦେବଦେବୀଙ୍କୁ ନିମନ୍ତ୍ରଣ ପରେ ବିଶେଷ ନୀତି କରାଯିବା ପରେ ମହାପ୍ରଭୁ ଓ ପାର୍ଶ୍ଵ ଦେବା ଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରାଯାଇଥିଲା । ଏହା ପରେ ମନ୍ଦିର ପରିସରକୁ ଏକ ଗୋମାତାକୁ ଅଣାଯାଇ ପୂଜା ଅର୍ଚ୍ଚନା କରାଯାଇ ଗୋମାତାକୁ ଭୋଜନ କରିବାକୁ ଦିଆଯାଏ । ଚଳିତ ବର୍ଷ ମଧ୍ୟାନ ୧ଟାରେ ନବାନ୍ନ ପ୍ରସାଦ ପାଇବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଭୋଗମଣ୍ତପ ରେ ଶହଶ୍ରାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ । ବରଗଡ, ବଲାଙ୍ଗିର, ନୂଆପଡା ଓ ଛତିଶଗଡ଼ ରାଜ୍ୟରୁ ବହୁ ସଂଖ୍ୟାରେ ଭକ୍ତ ନବାନ୍ନ ଅବସରରେ ମହାପ୍ରଭୁଙ୍କର ଦର୍ଶନ ଲାଭ କରିବା ସହିତ ନବାନ୍ନ ମହାପ୍ରସାଦ ପାଇଥିଲେ ଚଳିତ ବର୍ଷ ପ୍ରବଳ ଭିଡକୁ ଦେଖି ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ବୋଲି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ଏବିଡିଓ ପାଇକମାଲ ଦେବାଶିଷ ସିହ୍ନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।

Leave A Reply

Your email address will not be published.