ଭାଜପା ସଂଯୁକ୍ତ ମୋର୍ଚ୍ଚା ବୈଠକରେ ଯୋଗ ଦେବେ ରାଜ୍ୟ ସଭାପତି ମନମୋହନ ସାମଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ମହାଜନ ସମ୍ପର୍କ ଯାତ୍ରା ପରିପ୍ରେକ୍ଷୀରେ ଆସନ୍ତା ୧୮ ତାରିଖ ଦିନ ପଦ୍ମପୁର ଠାରେ ଭାଜପା ପାର୍ଟି ତରଫରୁ ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେବେ ବୋଲି ପାର୍ଟି କାର୍ଯ୍ୟାଳୟ ତରଫରୁ ଜଣାପଡିଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ମଜବୁତ କରାଯିବା ଉଦ୍ଦେଶ୍ୱରେ ରାଜ୍ୟ ସଭାପତିଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ, ଉପନିର୍ବାଚନରେ ପରାଜୟ ପରେ ସଂଗଠନ ତାର ଗୁରୁମନ୍ତ୍ର ଦେଇ ଆସନ୍ତା ନିର୍ବାଚନରେ ବିଜୟ ସୁନିଶ୍ଚିତ କରାଯିବ ବୋଲି କାର୍ଯ୍ୟକର୍ତ୍ତାଙ୍କ ମନ ଉତ୍କଣ୍ଠା ପ୍ରକାଶ ପାଇଛି ବୋଲି ଏକ ମିଳିତ ବିବୃତିରେ ଜିଲ୍ଲା ସାଧାରଣ ସଂପାଦକ ସରୋଜ କୁମାର ପାଣିଗ୍ରାହୀ ଓ ଜିଲ୍ଲା ଉପ ସଭାପତି ସରୋଜ କୁମାର ସାମଲ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.