om academy

ଗୃହମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଗିରଫ ଦାବୀ ନେଇ ଭାଜପା ପକ୍ଷରୁ ବିକ୍ଷୋଭ ଏବଂ ଥାନାରେ ଏତଲା

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାଜପା ନଗର କାର୍ଯ୍ୟାଳୟ ଛତ୍ରପୁର ପକ୍ଷରୁ ଶନିବାର ବିଶାଳ ଶୋଭାଯାତ୍ରା ବାହାରିଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଛତ୍ରପୁର ଥାନା ଆଗରେ ପହଞ୍ଚି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ନେତା ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା ପ୍ରଶାନ୍ତ କରଙ୍କ ନେତ୍ତୃତ୍ୱରେ ବିକ୍ଷୋଭ ସମାବେଶର ସଂଗଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲିଗାଲ ସେଲ ଅଧ୍ୟକ୍ଷ ତଥା ଛତ୍ରପୁର ବାର ଆସୋସିଏସନ୍‌ର ସଭାପତି ପ୍ରଦୀପ କୁମାର ପାଢ଼ୀ, ଯୁବନେତା ତଥା ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ଆଡ୍‌ଭୋକେଟ ରାମଚନ୍ଦ୍ର ବେହେରା, ବିଜେପି ଜିଲ୍ଲା ଉପସଭାନେତ୍ରୀ ତଥା ଜିଲ୍ଲା ପରିଷଦ ୧୫ ନମ୍ବର ସଦସ୍ୟା ରଶ୍ମୀରାଣୀ ମହାପାତ୍ର, ଜିଲ୍ଲା ବିଜେପି ସମ୍ପାଦକ ଭୀମସେନ ବେହେରା, ଛତ୍ରପୁର ନଗର ସମ୍ପାଦକ ଅମରେଶ ମହାରଣା, ଏସସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, କୃଷକ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଗଣପତି ବାରିକ, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମୁଦୁଲୀ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ପରିଡା, ଗଞ୍ଜାମ ଏନଏସି ମଣ୍ଡଳ ସଭାପତି ସୁଦାମ ଜେନା, ଯୁବ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ଡି.ସୁରେଶ ରେଡ୍ଡି, ହରିଜନ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ସେଠୀ, ହରିଜନ ମୋର୍ଚ୍ଚାର ପୂର୍ବତନ ଜିଲ୍ଲା-ସଭାପତି ଆଡଭୋକେଟ ଚୈତନ୍ୟ ପ୍ରଧାନ, ଶଙ୍କର ରାଓ, ପି.ତିରୁପତି ରାଓ, ରଘୁନାଥ ରେଡ୍ଡି, ଏନ୍. ଦୀନବନ୍ଧୁ, ବିଜୟ ପରିଡାଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ପ୍ରମୁଖଙ୍କ ନେତୃତ୍ୱରେ ଛତ୍ରପୁର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରକାଶ ଥାଉକି, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ସଂଶ୍ଳିଷ୍ଟ ରାଜ୍ୟ ସରକାରଙ୍କ ଗୃହମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଗିରଫ ଦାବୀ କରିଛନ୍ତି, ଭାଜପା ଦଳ । ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲା ସଦର ମହକୁମାର ଛତ୍ରପୁର ଥାନାରେ ଏତଲା ଦିଆଯାଇଛି । ଘଟଣାକୁ ଭିତ୍ତିକରି କୌଣସି ବିଶୃଙ୍ଖଳା ଘଟିବା ଆଶଙ୍କା କରି ଛତ୍ରପୁର ଥାନାରେ ଆଗରୁ ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ପଦାଧିକାରୀ, ପୋଲିସ-ବାହିନୀ ସଜାଗ ହୋଇଥିଲେ ବୋଲି କୁହାଯାଏ ।

Leave A Reply

Your email address will not be published.