
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଗଡ଼ ମୋଟରୀ ଗ୍ରାମ ପଞ୍ଚାୟତ ଅଧୀନ ଗଡ଼ ମୋଟରୀ ଗାଁର ବର୍ଷୀୟାନ ଧର୍ମ ପରାୟଣ ମହିଳା ଚନ୍ଦ୍ରମଣୀ ମହାପାତ୍ରଙ୍କ ଦଶାହ ପାଳନ ଅବସରରେ ଗଡମୋଟରୀଠାରେ ଏକ କବିତା ପାଠୋତ୍ସବ, ସ୍ମୃତି ଚାରଣ, ଆଧ୍ୟାତ୍ମିକ ଭଜନ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ସୁସଙ୍ଗଠକ ହରିପ୍ରେମୀ ଗୋପାଳ ଚନ୍ଦ୍ର ମହାପାତ୍ର ଓ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ପ୍ରକୃତି ବନ୍ଧୁ ତଥା ଡେଲାଙ୍ଗ ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ନେତୃତ୍ୱ ଓ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ଶିକ୍ଷକ, ଶିକ୍ଷାବିତ, ସମାଜସେବୀ, ଭଗବତ ପ୍ରେମୀ ଯୋଗଦେଇ ପ୍ରତ୍ୟେକଙ୍କ ଜୀବନ ପାଇଁ ମା’ଙ୍କ ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ । ଏଥିରେ ପ୍ରଥମ ପର୍ଯ୍ୟାୟରେ ଭଗବତ୍ ଗୀତା ପାଠ କରାଯାଇଥିଲା ଓ ଶେଷରେ ଭକ୍ତିଭରା ଆଧ୍ୟାତ୍ମିକ ଭଜନ ପରିବେଷଣ କରାଯାଇଥିଲା । ମାଙ୍କ ଉଦ୍ଦେଶ୍ୟରେ ଆୟୋଜିତ କବିତା ପାଠୋତ୍ସବ ଓ ସ୍ମୃତି ଚାରଣ ସଭାକୁ କବି ଡଃ ପ୍ରଭାସ କୁମାର ପ୍ରଧାନ ଓ ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ସଂଯୋଜନା କରିଥିଲେ । ଏଥିରେ କବି ତଥା ଗୀତିକାର ନାରାୟଣ ମନୋହରୀ, ଶିକ୍ଷାବିତ୍ କବି ରାଜକିଶୋର ଦାସ, ସାହିତ୍ୟିକ ତଥା ଶିକ୍ଷକ ପ୍ରଭାତ ସେଠୀ, କବି ରୋହିତ ଚମ୍ପତି, ଦିଲ୍ଲୀପ ରାଉତ ରାୟ, ନିରଞ୍ଜନ ସାମନ୍ତରାୟ, ହରିହର ବଳବନ୍ତରାୟ, ଦିତୀକୃଷ୍ଣ ମହାନ୍ତି, ଛାତ୍ରୀ ଶ୍ରଦ୍ଧାଞ୍ଜଳି ପାଲଟା ସିଂ ମାଁଙ୍କ କବିତା ଗାଇ କବିତା ଆସର ଓ ସ୍ମୃତି ଚାରଣ ସଭାକୁ ମାତୃମୟ କରିବା ସହ ମାତୃସେବା ପ୍ରତିଟି ସନ୍ତାନର ପ୍ରଥମ କର୍ତ୍ତବ୍ୟ ବୋଲି ବାର୍ତ୍ତା ଦେଇଥିଲେ । ପୂର୍ବତନ ବିଇଓ ପ୍ରମୋଦ କୁମାର ପରିଡ଼ା, ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ଶିକ୍ଷାବିତ ରମେଶ ଚନ୍ଦ୍ର ରାଉତରାୟ, ସମାଜସେବୀ ଲକ୍ଷ୍ମୀ ନାରାୟଣ ପାଠୀ, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମିଶ୍ର, ଶିକ୍ଷାବିତ ଦୁର୍ଯ୍ୟୋଧନ ସାହୁ, ଦିଗମ୍ବର ରଥ, ପ୍ରଶାନ୍ତ କୁମାର ଦାସ, ସନ୍ତୋଷ ମିଶ୍ର, ପ୍ରକାଶ ଜେନା, ଅମରେନ୍ଦ୍ର ମଙ୍ଗରାଜ, ବାଳାନିଧି ସାହୁ, କଳାକାର ମାଧବଚନ୍ଦ୍ର ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କ୍ଷିରୋଦିନୀ ଶତପଥୀ, ପ୍ରବଚକ ତୋଫାନ ଦଳ ବେହେର, ପ୍ରଦୀପ କୁମାର ସେଠୀ, ଅର୍ଜୁନ ବେହେରା, ଅଧିକାରୀ ସାହୁ, ମଙ୍ଗୁଳି ପରିଡ଼ା, ବିଜୟ ବିଶ୍ୱାଳ, ସାମ୍ବାଦିକ କବି ଦିଲ୍ଲୀପ କୁମାର ଧାଉଡିଆ, ସମାଜସେବୀ ବିଚିତ୍ର ମୋହନ ମହାନ୍ତି , ପବିତ୍ର ମହାନ୍ତି, ଅବସରପ୍ରାପ୍ତ କର୍ମଚାରୀ ଦୁର୍ଗାଦତ୍ତ ମିଶ୍ର, ଡେଲାଙ୍ଗ ବିଇଓଙ୍କ କାର୍ଯ୍ୟାଳୟ କର୍ମଚାରୀ ନବ ମିଶ୍ର, ମଧୂସୁଦନ ପ୍ରଧାନ, ସତ୍ୟଜିତ ମହାପାତ୍ର, ସନ୍ତୋଷ ଦଳାଇ ପ୍ରମୁଖ ଏଥିରେ ଯୋଗ ଦେଇ ମାଙ୍କ ସ୍ନେହବୋଳା ହୂଦୟ ଗଙ୍ଗାଜଳଠାରୁ ଆହୁରି ପବିତ୍ର ବୋଲି ଅଭିହିତ କରିବା ସହ ମାତୃଜାତି ଯୁଗେ ବନ୍ଦନୀୟା ଓ ପୂଜାନୀୟା ବୋଲି ବ୍ୟକ୍ତ କରିଥିଲେ । ପରିଚାଳନାରେ କାଶୀନାଥ ଜେନା, ପ୍ରତାପ ସାମନ୍ତରାୟ, ପ୍ରଶାନ୍ତ ଜେନା ସହଯୋଗ କରିଥିଲେ । ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଶିକ୍ଷକ ଦମ୍ପତି ଶ୍ରୀଯୁକ୍ତ ମହାପାତ୍ର ଓ ଶ୍ରୀମତୀ ଦାଶଙ୍କ ଦ୍ୱାରା ଆୟୋଜିତ ଏତାଦୃଶ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରି ତାଙ୍କ ମା ଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ ।