shyamal

ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନର ଭଜନ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ରଥଯାତ୍ରା ଉପଲକ୍ଷେ ସେକ୍ଟର ୫ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନର ଆନୁକୂଲ୍ୟରେ ଏକ ମନୋଜ୍ଞ ଭାବପୂର୍ଣ୍ଣ ଭଜନ ସଂଧ୍ୟାର ଆୟୋଜନ ଅନୁଷ୍ଠିତ ହୋଇଯାଇଛି । ସହରର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଜ୍ୟୋତିର୍ମୟ ଆଚାର୍ଯ୍ୟ, ତପସ୍ୱିନୀ ପତି, ନିଶିପଦ୍ମା ନନ୍ଦ, ସୌମ୍ୟରଞ୍ଜନ କର, ପଦ୍ମିନୀ ପାଣିଗ୍ରାହୀ, ଶ୍ରାବଣୀ ମହାନ୍ତି, ତରୁଣ କୁମାର, ମୌସୁମୀ ଆଚାର୍ଯ୍ୟ ଓ ଅନ୍ୟମାନେ ସଂଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ଅନନ୍ତ ବେହେରା, ପୁଲିନ୍ ରାଉତରାୟ, ପ୍ରମୋଦ ବାରିକ, ବିଶ୍ଵନାଥ ପଟ୍ଟନାୟକ ଓ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ । ବିଭୁ ନାୟକଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ଭଜନ ସନ୍ଧ୍ୟାକୁ ସହରର ସହସ୍ରାଧିକ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ସମାଜସେବୀ ହରିହର ରାଉତରାୟ ଓ ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ରହି ଭଜନ ଉପଭୋଗ କରିଥିଲେ ।

purusottam
Leave A Reply

Your email address will not be published.