ଉତ୍ସବ ମୁଖର ଭାବେ କରପଡା ଗ୍ରାମରେ ଭାଗବତ ସପ୍ତାହର ଉଦ୍‌ଯାପନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମରେ ଭବ୍ୟ ସମ୍ଭାର ସହକାରେ ଭାଗବତ ସପ୍ତାହ ସମାହିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରବକ୍ତା ଭାବେ ଶ୍ରୀକୃଷ୍ଣ ଚୈତନ୍ୟ ମିଶନର ଆଚାର୍ଯ୍ୟ ତଥା ଗୁରୁ ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି କରପଡା ଗ୍ରାମର ପ୍ରଭୁ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏହା ଗତ ଜାନୁଆରୀ ୨୨ ତାରିଖରେ ଆରମ୍ଭ ହୋଇ ଏକ ସପ୍ତାହ ବ୍ୟାପୀ ସମାହିତ ହୋଇଥିବା ବେଳେ ଗତ ୨୮ ତାରିଖ (ମଙ୍ଗଳବାର) ରାତ୍ର ୧୦ ଘଟିକାରେ ସମ୍ପନ୍ନ ହୋଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଆଧ୍ୟାତ୍ମିକ ସଞ୍ଚାର ପ୍ରବୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଥିଲା । ଦୈନିକ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଉଥିଲା । ଅନ୍ତିମ ଦିନରେ କରପଡା ସରପଞ୍ଚ ଅଜୟ ନାୟକ, ରାମଚଣ୍ଡୀ ପୂଜା କମିଟିର ସଂଯୋଜକ କମଳ ପଣ୍ଡା, ଦିବାକର ନାୟକ, କେ. ସାଇ କ୍ରିଷ୍ଣା, ମନୋଜ ମିଶ୍ର, ତୁଷାର ଶତପଥୀ, ନାରାୟଣ ଚର୍ତ୍ତୀ, କୁଞ୍ଜ ନାୟକ, ସୁଧୀର ମହାରଣା, ଶଙ୍କର ନାୟକ, ଶିବରାମ ନାୟକ, ବରୁଣ ଚୌଧୁରୀ, ବଂଶୀଧର ନାୟକ, ବୃନ୍ଦାବନ ନାୟକ ଓ ଅନ୍ୟ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭାଗବତ ଶୁଣିବା ସହିତ ଗୁରୁ ଶ୍ରୀମଦ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଆଶ୍ରିର୍ବାଦ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱରେ ନରହରି ନାୟକ, ହୀନ ନାୟକ, ଊତ୍ତମ ନାୟକ, ରାମ ନାୟକ, ଶିବ ମନ୍ଦିର କମିଟି, ହନୁମାନ ମନ୍ଦିର କମିଟି ସଦସ୍ୟମାନେ ରହିଥିଲେ । କରପଡା ଗ୍ରାମବାସୀ , ବୁଦ୍ଧିଜୀବୀ, ଛାତ୍ର, ସ୍ୱେଚ୍ଛାସେବୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଏକ ସପ୍ତାହ ଧରି ସୁଚାରୁ ରୂପେ ପରିଚାଳିତ ହୋଇ ବୁଧବାର ଭବ୍ୟ ସମାରୋହର ସହ ସମାପନ ହୋଇଥଲା । ଅନ୍ତିମ ଦିନରେ କରପଡା ପଞ୍ଚାୟତର ପାଖାପାଖି ତିନି ହଜାରରୁ ଅଧି ଭଗବତ ପ୍ରେମୀ ଉପସ୍ଥିତ ରହି ସ୍ଵାଦିଷ୍ଟ ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇଥିଲେ ।

Leave A Reply

Your email address will not be published.