oom

ହୃଦଘାତରେ ଚାଲିଗଲେ ଭାଗବତିଆ ବେହେରା

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଂଚାୟତ ଅର୍ନ୍ତଗତ ଖୁଣ୍ଟଲି ପାଲି ଛକ ଠାରେ ଭାଗବତିଆ ବେହେରା ବୟସ ୬୫ ଏକ ହୋଟେଲ ବ୍ୟବସାୟ କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିଲେ ହେଁ ସାମାଜିକ ଅନୁଷ୍ଠାନ, ଜନସେବା, ଦୁର୍ଗାପୂଜା କମିଟି ସକ୍ରିୟ ସଦସ୍ୟ ଭାବେ ରହି ଅଂଶଗ୍ରହଣ କରିଆସୁଥିଲେ । ଗତ ୨୯ .୩ .୨୧ ରାତିରେ  ଅକସ୍ମାତ ହୃଦଘାତ ଆସିବାରୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସକାଲୁ ଖବର ପ୍ରକାଶ ପାଇବା ପରେ ତାଙ୍କ ବାସଭବନରେ ବହୁ ସଂଖ୍ୟାରେ ଜନସାଧାରଣ ଓ ବହୁ ବିଶିଷ୍ଟ ବ୍ୟକ୍ତି ସମୂହ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଭକ୍ତି ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ଅନ୍ତିମ ବିଦାୟ ଦେଇଥିଲେ ଓ ତାଙ୍କର ବିୟୋଗରେ ବ୍ୟବସାୟୀ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ତାଙ୍କ ପଛରେ ବିଧବା ପତ୍ନୀ ବିକ ବେହେରା, ତିନିପୁଅ ଯାଦବ ବେହେରା, ମାଧବ ବେହେରା, ସୁଦାମ ବେହେରା ଓ ଏକମାତ୍ର ଝିଅ ସାଧବୀ ବେହେରାଙ୍କୁ ଛାଡି ଯାଇଛନ୍ତି । ଖୁଣ୍ଟଲି ପାଲି ଶ୍ମସାନରେ ଅନ୍ତିମ ସଂସ୍କାର କରାଯାଇଥିଲା ଓ ଶେଷରେ ତାଙ୍କ ବଡ ପୁଅ ଯାଦବ ବେହେରା ମୁଖାଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.