
ଭଦ୍ରକ : ଭଦ୍ରକ ନୂଆ ମେଡିକାଲ ପରିସରରେ ଆଜି ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ରକ୍ତ ଦାତା ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଏନସିସି ନିର୍ଦ୍ଦେଶାଳାୟ କଟକ ଓ ରେଡକ୍ରସ ବିଭାଗ ଅଧୀନରେ ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି । ଭଦ୍ରକ, ବାଲେଶ୍ୱର, କେନ୍ଦୁଝର କଟକ, କେନ୍ଦ୍ରାପଡା ଆଦି ଜିଲ୍ଲାରୁ ଏନସିସି କ୍ୟାଡର ଯୋଗଦେଇ ରକ୍ତ ଦାନ କରିଛନ୍ତି । ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ୨୦୦ କର୍ମଚାରୀ ଓ ଅଧିକାରୀ ଲାଗିଛନ୍ତି । ଆୟୋଜିତ ଶିବିରକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ, ଏମପି ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ସେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତ, ଏସପି ମନୋଜ ରାଉତ, କଟକ ମଣ୍ଡଳର ଗ୍ରୁପ କମଣ୍ଡାର, ତଥା ଓଡିଶା ଡେପୁଟି ଡାଇରେକଟର ଜେନରାଲ କର୍ନେଲ ସତ୍ୟ ବ୍ରତ ସ୍ୱାଇଁ, ୭ ଓଡିଶା ବାଟାଲିଆନ ଏନସିସି ମୁଖ୍ୟ ଲେଫ୍ଟନାଣ୍ଟ କର୍ନେଲ ଏସ ଏସ ରଘୁବଂଶୀ ଓ ସେକେଣ୍ଡ ଓଡିଶା ନାଭାଲ ୟୁନିଟ ମୁଖ୍ୟ କମାଣ୍ଡର ସୁଦିପ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ସଭିଏଁ ରକ୍ତ ଦେବାକୁ ଆହ୍ୱାନ କରିବା ସହ ରକ୍ତବିନା କାହାକୁ ଜୀବନ ହାରିବାକୁ ହେବନି ବୋଲି ଶପଥ ନେଇଥିଲେ ।