oom

ବୁରୋମୁଣ୍ଡା ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୭ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ପ୍ରଥମ ଦିନରେ ମଣ୍ଡଳକରଣ, ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ ସହିତ ଅପରାହ୍ନ ୪ଟା ସମୟରେ କଟାହାରି ମନ୍ଦିର ଘାଟରୁ ଭବ୍ୟ କଳସ ଯାତ୍ରାରେ ବୁରୋମୁଣ୍ଡା ଗ୍ରାମବାସୀ ଓ ଆଖ ପାଖ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷମାନେ ସାମିଲ ହୋଇ ସଂକୀର୍ତ୍ତନ ମଣ୍ଡଳୀ ସହିତ ଭବ୍ୟ କଳସରେ ପାଣି ଆଣି ଜଗନ୍ନାଥ ମନ୍ଦିରରେ ପହଞ୍ଚି କଳସ ଗୁଡିକ ସ୍ଥାପନ କରିଥିବା ବେଳେ ରାତି ୮ଟା ସମୟରେ ପତିତପାବନ ସାଂସ୍କୃତିକ ମଞ୍ଚକୁ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଏବଂ ବିଶିଷ୍ଠ କଣ୍ଠ ଶିଳ୍ପୀ ଦୁଃଖୀ ଶ୍ୟାମ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ପରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ପତିତପାବନ ମନ୍ଦିର କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଭୁବନ୍ଦେ ସାହୁ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ସାହୁ, ଶନି ମନ୍ଦିର କର୍ତ୍ତା ଭାବରେ ବିକ୍ରମ ସାହୁ ଓ ବିନତୀ ସାହୁ, ବଜରଙ୍ଗ ଗୁଡ଼ି କର୍ତ୍ତା ଭାବରେ ସରୋଜ ଭୂଷଣ ସାହୁ ଓ ଦୀପିକା ସାହୁ କାର୍ଯ୍ୟ ତୁଲାଇଥିବା ବେଳେ ସମ୍ବଲପୁର ପଣ୍ଡିତ ସଭାର ସଭାପତି ପଣ୍ଡିତ ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର ଏବଂ ତାଙ୍କ ସହଯୋଗୀ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ତୁଲାଉଛନ୍ତି । ସମସ୍ତ କର୍ମକର୍ତ୍ତା ଓ ବୁରୋମୁଣ୍ଡା ଗ୍ରାମର ଯୁବଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରତିଷ୍ଠା ଉତ୍ସବରେ, ରାଜ୍ୟ ତଥା ରାଜ୍ୟ ବାହାରୁ ବିଶିଷ୍ଠ କଳାକାର ଯୋଗ ଦେବା ସହ ମିନା ବଜାର, ଅପେରା, ନାମଯଜ୍ଞ, ପ୍ରତ୍ୟେକ ଦିନ ବୈଠକି କୀର୍ତ୍ତନ, ପାରାୟଣ, ଅଘୋରୀ ନୃତ୍ୟ, ଲୋକ ଗୀତ, ଲୋକ ନୃତ୍ୟ, ଦଣ୍ଡ ନୃତ୍ୟ ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହବ ବୋଲି କମିଟିର ସଭାପତି ଗୋବର୍ଦ୍ଧନ ଗଡତିଆ ଓ ସମ୍ପାଦକ ଜଗବନ୍ଧୁ ପଧାନ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.