କଳାହାଣ୍ଡି, (ପିକେ ସାହୁ) : ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ମ୍ୟାଲେରିଆ ସଂପର୍କିତ ଜିଲ୍ଲାସ୍ତରୀୟ ଅନ୍ତବିଭାଗୀୟ ସ୍ଵମନ୍ନୟ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ, ଜିଲ୍ଲାରେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ବ୍ୟାପିବା ସମ୍ବାବନା ଥିବା ଅଞ୍ଚଳରେ ଏହି ରୋଗକୁ ରୋକିବା ପାଇଁ ବିଭିନ୍ନ ବିଭାଗର ପଦକ୍ଷେପ,ସଚେତନତା ସୃଷ୍ଟି ସମ୍ପର୍କରେ ସମୀକ୍ଷା କରିଥିଲେ । ସମସ୍ତଙ୍କର ମିଳିତ ଉଦ୍ୟମରେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ନିରାକରଣ କରାଯାଇପାରିବ ଓ ଜିଲ୍ଲାରେ ବର୍ଷା ଋତୁରେ ସତର୍କ ହେଲେ ଉକ୍ତ ରୋଗ ଯେପରି ନ ହେବ ଏଥି ପାଇଁ, ସବୁ ସ୍ତରରେ ଜନସଚେତନତା କରିବା ପାଇଁ ଆହ୍ୱାନ କରାଗଲା।
ସଚେତନତା ହିଁ ସୁରକ୍ଷା। ସମସ୍ତେ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଔଷଧଯୁକ୍ତ ମଶାରୀ ଟାଣିବା ବା ମଶାନାଶକ ବତି ବ୍ୟବହାର କରି ଯେଭଳି କୌଣସି ସ୍ଥାନରେ ପାଣି ନ ଜମିବା ଉପରେ ଗୁରୁତ୍ୱ ଦେଲେ ଡେଙ୍ଗୁକୁ ରୋକାଯାଇପାରିବ । ଜିଲ୍ଲାପାଳ ବିଶେଷ କରି ଥୁଆମୂଲ ରାମପୁର, ଲାଞ୍ଜିଗଡ,ଏମ.ରାମପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ଅଧିକାରୀ, ଆଶା କର୍ମୀ, ଏଏନ୍ଏମ୍ ନିଜ ଦାୟିତ୍ଵ ଠିକ୍ ରୂପେ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଋତୁରେ ନଳକୂପ ବିଶୋଧନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସିଡିଏମ୍ଓ, ଡିଡବ୍ଲୁଓ, ଡିପିଏମ୍ (ଏନ୍ଏଚ୍ଏମ୍), ଡି ଆଇପିଆର୍ଓ, ଏସ୍ଇଆର୍, ଡବ୍ଲୁଏସ୍ଏସ୍ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।