
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁରୋମୁଣ୍ଡାଠାରେ ବର୍ତ୍ତମାନ ସମୟରେ ତଥ୍ୟ ଓ ପ୍ରଯୁକ୍ତିକୁ ସାଥୀ କରି ଲୋକ ସଂସ୍କୃତିକୁ ସଂରକ୍ଷଣ କରିବା ନେଇ ମ୍ୟୁଜିକ ଗଛର କ୍ୟୁଆର କୋଡ଼ ଉନ୍ମୋଚିତ ହୋଇଛି । କଳା ଗ୍ରାମର ଜଣେ ପ୍ରତିଷ୍ଠିତ କଳାକାର ଓ ଗବେଷକ ରବିରତନ ସାହୁ ତିଆରି କରିଥିବା ଏହି ମ୍ୟୁଜିକ ଗଛ ଏକ ଅନନ୍ୟ ମାନବ-ନିର୍ମିତ ଗଛ ଯେଉଁଥିରେ ପଞ୍ଚସ୍ତରୀ ପ୍ରକାରର ଲୋକ ବାଦ୍ୟ ଟଙ୍ଗାଯାଇଛି । ଏହା ଦେଖି ଦର୍ଶକମାନେ ଏହାର ସୂଚନା ଓ ଇତିହାସ କ୍ୟୁଆର କୋଡ଼ ସ୍କାନ କରି ଅନଲାଇନରେ ତଥ୍ୟ ଓ ଭିଡିଓ ଦେଖି ଜାଣିପାରିବେ । ନିର୍ଦ୍ଦେଶକ ରବିରତନ ସାହୁ ଏହି ପଦକ୍ଷେପ ସମ୍ପର୍କରେ କହିଛନ୍ତି ଯେ ଏହା ଲୋକ ସଂଗୀତର ଅନ୍ତର୍ନିହିତ ଐତିହ୍ୟ, ଶବ୍ଦ ଓ ସଂସ୍କୃତିକୁ ମଧ୍ୟ ରକ୍ଷା କରିବ । ଉକ୍ତ ଅବସରରେ କ୍ଷିତିଭୂଷଣ ପଧାନ, ଜଗବନ୍ଧୁ ପଧାନ, ଅମିତ ଭୋଇ, ଆଶିଷ ଗଡତିଆ, ଦେବରାଜ ସେଠ ପ୍ରମୁଖ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ ।