oom

ସାମ୍ବାଦିକ ଭବନର କମ୍ୟୁନିଟି ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗିର ରାଜ୍ୟସଭା ସଂସଦ ନିରଞ୍ଜନ ବିଶି । ଶୁକ୍ରବାର ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଳାନ୍ୟାସ କରିଥିଲେ । କମ୍ୟୁନିଟି ସେଣ୍ଟରର ବ୍ୟୟ ଅଟକଳ ୧୦ ଲକ୍ଷ ଟଙ୍କା ରହିଥିବାବେଳେ ସାଂସଦ ପାଣ୍ଠିରୁ ଏହା ପ୍ରଦାନ କରାଯିବ । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବ ପ୍ରସାଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ହାଉସିଂ ବୋର୍ଡ ଚେୟାରମେନ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ଶିଶିରକାନ୍ତ ଶତପଥୀ, ସାଙ୍ଗଠନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ନବୀନ ପଶାୟତ, ଗୋପବନ୍ଧୁ ଶତପଥୀ, ରଞ୍ଜିତ ବେହେରା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଦୀପ୍ତ ମିଶ୍ର, ସଚିତାନନ୍ଦ ବଗର୍ତ୍ତୀ, ଅଭିଳାଷ ହୋତା, ତରୁଣ ସାହୁ, ସନ୍ଦୀପ କୁଅଁର, ମୁକେଶ ବହିଦାର, ଚନ୍ଦ୍ରଭାନୁ ମୋଲଣା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଗରିକ କମିଟି ସଭାପତି ଶ୍ରୀକର ମିଶ୍ର, ରେଳ ଉପଭୋକ୍ତା ସଂଘ ସଭାପତି ତରୁଣ ମିଶ୍ର, ପ୍ରଭାକର ମିଶ୍ର, ଦିବାକର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.