ବିଜେପି ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୨୫ତମ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ସଭା

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା ବ୍ଲକ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ତମ ପୂଣ୍ୟତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପଶ୍ଚିମେଶ୍ୱର ମନ୍ଦିର ପ୍ରାଣଙ୍ଗରେ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ ମୋର୍ଚ୍ଚାର ସଭାପତି ନରେନ୍ଦ୍ର କାନ୍ଦୁଲିଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପୂଣ୍ୟତିଥିର ଶ୍ରଦ୍ଧାଞ୍ଜଳି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କର ତ୍ୟାଗ, ଜୀବନାଦର୍ଶ ଏବଂ ତାଙ୍କର ବାଣୀ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଧାରଣ ସମ୍ପାଦକ ଜୟରାମ ଭୋଇ, ଲଲିତ ପୂଜାରୀ ପ୍ରମୁଖ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈପାରୀଗୁଡା ମଣ୍ଡଳ ଆଦିବାସୀ ମୋର୍ଚ୍ଚା ସଭାପତି ଧନପତି ନାୟକ, ରାମଗିରି ମଣ୍ଡଳ ସଭାପତି ଦୈତାରୀ ବାରିକ, ଦଣ୍ଡବାଡ଼ି ମଣ୍ଡଳ ସଭାପତି ରାମଚନ୍ଦ୍ର ଚେରକିଆ, କୋଲାର ମଣ୍ଡଳ ସଭାପତି ମୋହନଲାଲ ଅଡାରି, ପୂର୍ବତନ ସଭାପତି ଉମେଶ ଚନ୍ଦ୍ର ପଟ୍ଟନାୟକ, ଜଗତ ଆର୍ଲବ, ତ୍ରିଲୋଚନ ଖରା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.