
ନୀଳଗିରି : ଆସିଯାଇଛି ଖରା ମହକୁଛି ମହୁଲ ଫୁଲ । ହେଲେ ପୁରୁନି ପେଟ । ହିତାଧିକାରୀଙ୍କ ମିଳୁନି ମହୁଲ ଫୁଲର ଉଚିତ ମୂଲ୍ୟ । ହିତାଧିକାରୀଙ୍କୁ ଶୋଷଣ କରି ପକେଟ ଗରମ କରୁଛନ୍ତି ବେପାରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦିବାସୀ ବ୍ଲକରୁ ଆସିଛି ଏମିତି ସଂଗୀନ ଅଭିଯୋଗ । ନୀଳଗିରିରେ ଅନେକ ଚୋରା ଦେଶୀମଦ ଭାଟି ଥିବାରୁ ମହୁଲ ଫୁଲର ଚାହିଦା ଢେର । ମହୁଲ ଫୁଲରେ ଅନେକ ଔଷଧୀୟ ଗୁଣ ରହିଛି । ମହୁଲ ଫ୍ଲେବରରୁ କେକ, ବିସ୍କୁଟ ସହ ଅନେକ ପିଠାପଣା ମଧ୍ୟ ତିଆରି ହୋଇଛି । ଯାହାର ପାଟିକୁ ବେଶ ସୁଆଦ ଲାଗିଥାଏ । ଏତେ ଗୁଣ ଥିବା ମହୁଲ ଫୁଲ ବିକ୍ରି କିନ୍ତୁ ହିତାଧିକାରୀ ଏହାର ସଠିକ ମୂଲ୍ୟ ପାଇପାରୁନାହାନ୍ତି । ଯାହାର ଫାଇଦା ଉଠାଉଛନ୍ତି ବେପାରୀ । ସରକାର ଏ ଦିଗରେ ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବନାଞ୍ଚଳବାସୀ । ସେପଟେ ଜଣେ ପରିବାର ୨ କ୍ୱିଣ୍ଟାଲ ପର୍ଯ୍ୟନ୍ତ ମହୁଲ ଗଛିତ ରଖିପାରିବ ବୋଲି କହିଛନ୍ତି ଅବକାରୀ ବିଭାଗର ଅଧିକାରୀ । ଯିଏ ଅବକାରୀ ବିଭାଗର ନାଁ ନେଇ ଶୋଷଣ କରୁଥାନ୍ତି, ଅଞ୍ଚଳବାସୀ ସେ ସଂପର୍କରେ ସୂଚନା ଦେଲେ ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।