ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଥିଲା ଅସମ୍ଭାଳ ଭିଡ଼

  • ପରିସ୍ଥିତି ଅଣାୟତ ହେବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୧ଲକ୍ଷ ୨୦ହଜାର ଦର୍ଶକଙ୍କ ସାମାଗମ ହୋଇଥିବା ବେ-ସରକାରୀ ଭାବେ କୁହାଯାଏ । ମଙ୍ଗଳବାର ସନ୍ଧ୍ୟା ଥିଲା ୪ର୍ଥ ସନ୍ଧ୍ୟା । ଏହି ୪ର୍ଥ ସନ୍ଧ୍ୟାରେ ମେଗାମଞ୍ଚର ସ୍ୱତନ୍ତ୍ର ଆକର୍ଷଣ ଥିଲା, ଅରମାନ୍‌ଙ୍କ ଅଭିନୟ ମାଧ୍ୟମରେ କଣ୍ଠଦାନ । ଏହାକୁ ଉପଭୋଗ କରିବା ପାଇଁ ଜନତାଙ୍କ ଗହଳି ଅପରାହ୍ନ ୩ଘଣ୍ଟା ବେଳରୁ ଆରମ୍ଭ ହୋଇଯାଇଥିଲା । ହରିପୁର ବନ୍ଦର ଛକଠାରୁ ମହୋତ୍ସବ ସ୍ଥଳ ଯାଏଁ, ନାରାୟଣପୁର ଛକଠାରୁ ଷଣ୍ଢ ଛକ, ଲାଇଟ ହାଉସ, ନିଉ-ବସଷ୍ଟାଣ୍ଡ, ଆଉଟ ସାଇଡ଼ ରୋଡ଼ ଗୋପାଳପୁର କଲେଜ, ସବୁଠି ଗହଳି, ଛୋଟବଡ଼ ଯାନବାହନ ଯାତାୟତ କରିବା, ଲୋକଙ୍କ ଚାଲିବାରେ ସବୁଠି ଭିଡ଼, ଟ୍ରାଫିକ ଜାମ, ଚାଲି ହେଉନି, ଚଳାଇ ହେଉ ନାହିଁ, ରାତ୍ରି ୧୨ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବାରେ ଭିଡ଼ ପାରିଲିଖିତ ହୋଇଥିଲା । ପାର୍କିଂ ସ୍ଥଳରେ ଗାଡ଼ି ରଖିବା ମଧ୍ୟ କଷ୍ଟକର ବ୍ୟାପାର ଥିଲା । ମିଡ଼ିଆ ପାସ, ଭିଆଇପି-ପାସକୁ ନକଲ କରି ପ୍ରବେଶ ହୋଇଛି, ଝଗଡ଼ା ହୋଇଛି, ବିଶୃଙ୍ଖଳାମୟ ପରିସ୍ଥିତି ଉପୁଜିଥିଲା । କାର୍ଯ୍ୟକ୍ରମ ସନ୍ଧ୍ୟା ୫ଘଣ୍ଟାରେ ଆରମ୍ଭ ହେବା ବେଳକୁ ଚାରିଦିଗର ଫାଟକରେ ଅସମ୍ଭାଳ ଭିଡ଼କୁ ଦେଖି ପୋଲିସ ଓ ସୁରକ୍ଷାବାହିନୀ ଗ୍ୟାଲେରୀ ଭିତରକୁ ପାସ ଦେଖାଇଥିଲେ ମଧ୍ୟ ଭିତରକୁ ଛାଡ଼ିଲେ ନାହିଁ । ଗ୍ୟାଲେରୀ ଭିତରେ ହଜାର ହଜାରଚେୟାର ଖାଲିଥିଲା । ବିଶୃଙ୍ଖଳାମୟ ପରିବେଶରେ ପୋଲିସ ଓ ସୁରକ୍ଷାବାହିନୀ ନାକେ ଦମ୍‌ ହୋଇପଡ଼ି ହାଲିଆ ହୋଇଯାଇଥିଲେ । ପୋଲିସ କୋଉଠି କୋଉଠି ଲାଠି ଚାଳନା କରିଥିବା ଦେଖିବାକୁ ମିଳିଛି । ଜନସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା । ଆଜି ସନ୍ଧ୍ୟାରେ ଅର୍ଥାତ ବୁଧବାର ହେଉଛି, ଗୋପାଳପୁର ବେଳାଭୂମି ମହୋତ୍ସବର ଶେଷ ସନ୍ଧ୍ୟା ଓ ଉଦ୍‌ଯାପନୀ ଦିବସ ଅଟେ । ବୁଧବାର ଶେଷ ସନ୍ଧ୍ୟାରେ ମଞ୍ଚସ୍ଥ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଆକର୍ଷଣ ହେଉଛି ମେଗା ସେଲିବ୍ରେଟିଏସ୍ ତାରକା ଜାଭେଦ ଅଲ୍ଲୀଙ୍କ ସଙ୍ଗୀତ ଉପଭୋଗ କରିବା ପାଇଁ ଗହଳି ଲାଗିଲା । ବୁଧବାର ଦ୍ୱିପହର ୨ଘଣ୍ଟାରୁ ପଥପ୍ରାନ୍ତରେ ଗହଳି ଆରମ୍ଭ ହୋଇ ଲାଇନ ଲାଗିଥିବା ଦେଖାଦେଇଛି ।

Leave A Reply

Your email address will not be published.