ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଏଲ୍‌ ଅନିଲ କୁମାର ଏବଂ ତାଙ୍କ ଭଉଣୀ ଏଲ ଶାନ୍ତି ଏକା ସଙ୍ଗରେ ରହୁଥିଲେ । ଅନିଲ ଡାଇଲେସିସ୍‌ ପାଇଁ ଗତକାଲି ବଲାଙ୍ଗିର ଡାକ୍ତରଖାନାକୁ ଆସିଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ଭଉଣୀ ଖବର ପାଇ ବଲାଙ୍ଗିର ଆସିଥିଲେ । ଟିଟିଲାଗଡ଼ରେ ତାଙ୍କର କେହି ନ ଥିବାରୁ ଶବ ସତ୍କାର ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଯାଇଥିଲା । କାନ୍ଦି କାନ୍ଦି ହସ୍ପିଟାଲ ପରିସରରେ ଦୀର୍ଘ ପାଞ୍ଚ ଘଣ୍ଟା ରହିଥିବା ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟ ମାନଙ୍କୁ ଏହି ଖବର ଟି ଆସିଥିଲା । ଅନୁଷ୍ଠାନର କର୍ମକର୍ତା ମାନେ ସଂଗେ ସଂଗେ ପହଂଚି ଡାକ୍ତରଖାନାରୁ ଶବ ଆଣି ସ୍ଥାନୀୟ ବିଭୁତିପଡା ସ୍ମଶାନରେ ସସମ୍ମାନେ ଶବ ସତ୍କାର କରିଥିଲେ । ପରେ ତାଙ୍କ ଭଉଣୀଙ୍କୁ ମଧ୍ୟ ଟିଟିଲାଗଡ଼ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନ ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ନେତୃତ୍ୱରେ କୁନାଲ ସରକାର, ପ୍ରିତମ ବରାଡ଼, ରୋଶନ ସୁନା, ହେମନ୍ତ ଛୁରିଆ, କନ୍ଦର୍ପ ରଣା, ବୀରେନ୍ଦ୍ର ସାହୁ, ଅଲିମ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.