jayashree

ଲକ୍ ଡାଉନ୍‌ରେ ଫସି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର କଲା ଆଗଲପୁର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ନିକଟସ୍ଥ ଜର୍ଜଗଡ ଗ୍ରାମର ୬୦ ବର୍ଷ ବୟସର ବସନ୍ତ ଭୋଇ ନାମକ ଏକ ବ୍ୟକ୍ତି ବିଭିନ୍ନ ଅଞ୍ଚଳକୁ ଯାଇ ଚେରମୂଳି ଔଷଧ ବିକ୍ରି କରନ୍ତି । ଲକ୍ ଡାଉନ୍ ପୂର୍ବରୁ ସେ ଘରୁ ବାହାରି ବିଭିନ୍ନ ଅଞ୍ଚଳ ବୁଲା ବୁଲି କରି ରହିଥିଲେ କିନ୍ତୁ ଲକ୍ ଡାଉନ୍ ଯୋଗୁଁ ଆଉ ଘରକୁ ଫେରିପାରି ନଥିଲେ । ଦୁଇ ଦିନ ପୂର୍ବରୁ ସେ ଲୁହୁରାମୁଣ୍ଡା ଗ୍ରାମକୁ ଚାଲି ଚାଲି ପହଞ୍ଚିଥିଲେ, କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଖାଇବାକୁ ଦେଇ ଅର୍ଦ୍ଧନିର୍ମିତ କ୍ଳବ୍ ଗୃହରେ ରଖିଥିଲେ । ଆଜି ଉକ୍ତ ଗ୍ରାମର ଗୋପବନ୍ଧୁ ବାରିକ ଓ ଅନନ୍ତ ପଧାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁରକୁ ଖବର ଦେଇଥିଲେ । ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁରର ସଭାପତି ପ୍ରେମାନନ୍ଦ ପଧାନ, ସମ୍ପାଦକ ସଂଯୋଗ କୁମାର ସାହୁ, ବରିଷ୍ଠ ସଦସ୍ୟ ବୁଦ୍ଧଦେବ ସାହୁ ଓ ବିଟୁ ନାଏକ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ । ସେ କହିବା ଅନୁଯାୟୀ ତାଙ୍କ ଘରେ କେହି ନାହିଁ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅନାଥାଶ୍ରମରରେ ରୁହନ୍ତି, ତାଙ୍କ ବଡ଼ଭାଇ ପଦ୍ମପୁରର ରାଜା ପଡ଼ାରେ ରୁହନ୍ତି । ଏଣୁ ସେ ପଦ୍ମପୁର ଯିବାପାଇଁ କହିଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ ତାଙ୍କୁ ନେଇ ପଦ୍ମପୁରରେ ପହଞ୍ଚିଲା ପରେ ତାଙ୍କ ଭାଇଙ୍କ ଘର ବହୁ ଖୋଜିଲା ପରେ ମଧ୍ୟ ପାଇଲେ ନାହିଁ । ପରେ ପଦ୍ମପୁରର ସାମ୍ବାଦିକ ଡିଲେଶ୍ୱର ବାଗ ଓ ନବ ବାର୍ହିଆଙ୍କ ସହଯୋଗରେ ପଦ୍ମପୁରର ସହକାରୀ ଜିଲ୍ଲାପାଳ ଓ ଏନ୍‌ଏସିଙ୍କୁ ଖବର ଦେଇଥିଲେ । ଖବର ପାଇ ଏନ୍‌ଏସିର କର୍ମଚାରୀମାନେ ପହଞ୍ଚିଥିଲେ ଓ ନିଜ ଦାୟିତ୍ଵରେ ରଖିବା ପାଇଁ କଥା ଦେଲା ପରେ ବୃଦ୍ଧ ଜଣଙ୍କୁ ହସ୍ତାନ୍ତର କରିଥିଲେ । ବିଙ୍ଗ ହ୍ୟୁମାନର ଏଭଳି କାର୍ଯ୍ୟକୁ ପଦ୍ମପୁର ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.