ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲା ବିଙ୍ଗ୍‌ ହ୍ୟୁମାନ ସଂଗଠନ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ଓ ବ୍ରାହ୍ମଣୀ ଗ୍ରାମର ରାସ୍ତା ମଝିରେ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ଅସହାୟ ଅବସ୍ଥାରେ ପଡ଼ିରହିଥିଲେ । ଏ ବିଷୟରେ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ ଖପ୍ରାଖୋଲ ଶାଖାର ସଭାପତି ବିଶ୍ୱଜିତ୍‌ ପଧାନଙ୍କ ସହ ସୁବାସ, ସୁନୀଲ, ତ୍ରିନାଥ, ହରେଶ, ଭୀଷ୍ମ, ରବି, ଅଭିଜିତ, କାହ୍ନା ପ୍ରମୁଖ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଡାକ୍ତରଖାନା ପଠାଇଥିଲେ । ଦୁର୍ଘଟଣାରେ ଆହତ ବ୍ୟକ୍ତି ଜଣକ ଚଙ୍ଗରିଆ ପଞ୍ଚାୟତର ଉମେଶ ଧରୁଆ ବୋଲି ଜଣାପଡିଛି ।

Leave A Reply

Your email address will not be published.