ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ସାବିତ୍ରୀ ଦାସ (୭୫) ତାଙ୍କ ସ୍ୱାମୀ କେଶବ ଦାସ (୮୦)ଙ୍କୁ ୭ ଦିନ ହେବ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ । ହେଲେ ଆଜି ସକାଳୁ କେଶବଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଏହି ସମୟରେ ସାବିତ୍ରୀ ନିରୁପାୟ ହୋଇ ରହିଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନଙ୍କ ପାଖକୁ ଖବର ଆସିବା ପରେ ଅନୁଷ୍ଠାନର ସଦସ୍ୟମାନେ ତୁରନ୍ତ ହସ୍ପିଟାଲକୁ ଯାଇ ଶବକୁ ଆଣିବା ସହ ସ୍ଥାନୀୟ ବିଭୁତିପଡାରେ ଥିବା ଶ୍ମଶାନରେ ମର୍ଯ୍ୟାଦା ସହ ସତ୍କାର କରିଥିଲେ । ପରେ ସବିତାଙ୍କୁ ମଧ୍ୟ ତାଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ବ୍ରଜଗୋପାଳ ସିଂ, ବାପିନା ମହାରଣା, ପ୍ରିତମ ବରାଡ଼, ମୋହିତ ତ୍ରିପାଠୀ, ଶୁଭ୍ରାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.