ବିଅର ଫ୍ୟାକ୍ଟ୍ରି ଭିତରେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ ଘଟଣାକୁ ନେଇ କ୍ଷତି ପୂରଣ ନାଁରେ ପରିବାର ଲୋକଙ୍କୁ ଠକୁଛନ୍ତି ମାଲିକ : ଘଟଣାକୁ ନେଇ ଆନ୍ଦୋଳନ କରିବ ବେଲପଡା କୋସଲ କମିଟି

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା ସରମୁହାଣ ଗାଁରେ ଥିବା ମାଇକଲ୍‌ ବିଅର ଫ୍ୟାକ୍ଟ୍ରିରେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନର ଚେତାବନୀ ଦେଇଛି ବେଲପଡା କୋସଲ କମିଟି । ଫ୍ୟାକ୍ଟ୍ରି ମାଲିକ ପରିବାର ଲୋକଙ୍କୁ କ୍ଷତି ପୁରଣ ନାଁରେ ଭୁଆଁ ବୁଲାଇ ପରିବାର ଲୋକଙ୍କୁ ହଇରାଣ ହରକତ କରୁଥୁବାରୁ ଜିଲ୍ଲା ଆରକ୍ଷୀଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଦାବୀରେ ଆନ୍ଦୋଳନ କରିବାକୁ ଚେତବାନୀ ଦେଇଛି କମିଟିର ସଦସ୍ୟ ମାନେ ।
ପ୍ରକାଶ ଥାଉକି ଗତ ୫ ତାରିଖ ଦିନ ନୁନହାଡ ଗାଁର ବିଶ୍ୱନାଥ ହଂସ (୩୫) ଙ୍କର ସରମୁହାଣ ବିଅର ଫ୍ୟାକ୍ଟ୍ରିରେ ମୃତ୍ୟୁ ହୋଇଥିଲା । ବିଶ୍ୱନାଥ ଦୀର୍ଘବର୍ଷ ଧରି ଫ୍ୟାକ୍ଟ୍ରିରେ କାମ କରି ପରିବାର ପ୍ରତିପୋଷଣ କରୁଥୁଲେ । ତାଙ୍କ ମୃତ୍ୟୁ ପରେ ପରିବାର କେମିତି ଚଳିବ ସେନେଇ ଚିନ୍ତାରେ ପଡିଛନ୍ତି ମୃତକଙ୍କ ପତ୍ନି ଏବଂ ଦୁଇ ଛୁଆ । ଏଥିପାଇଁ ପରିବାର ଲୋକେ ଆବଶ୍ୟକ କ୍ଷତି ପୂରଣ ମାଗିବାରୁ ମାଲିକ ପରିବାର ଲୋକଙ୍କୁ ଭୁଆଁ ବୁଲାଇ ହଇରାଣ କରୁଛନ୍ତି । କିଛି ଟଙ୍କା ଦେଇ ଘଟଣାକୁ ଚାପିଦେବାକୁ ପରିବାର ଲୋକଙ୍କୁ ଚାପ ପକାଉଥିବା ଜଣାପଡିଛି । ଏହା ଜାଣିବାପରେ କୋସଲ କମିଟିର ସଦସ୍ୟମାନେ ପରିବାର ଲୋକଙ୍କୁ ଭେଟି କ୍ଷତି ପୂରଣ ଦିଆନଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ଗିରିରାଜ ଭୋଇ, ବନମାଲୀ ନାଏକ, ସିପୁନ ଖାମରୀ, ଜିତୁ ନାଏକ ପ୍ରମୂଖ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.