ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ୧୪ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଜେତା ଓ ଉପବିଜେତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ୧୪ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯାଜପୁର ଜିଲ୍ଲା ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମ୍‌ରେ ହୋଇଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଚିତ୍ତରଞ୍ଜନ ସାହୁ ଓ ସ୍ମରଣିକା ବେହେରାଙ୍କ ନେତୃତ୍ୱରେ ପ୍ରତ୍ୟେକ ବିଭାଗରୁ ୪ ଜଣ ମୋଟ ୧୬ ଜଣ ଯୋଗ ଦେଇଥିଲେ । ୧୪ ବର୍ଷରୁ କମ ବାଳକ ବିଭାଗରେ ବଲାଙ୍ଗିର ଦଳ ଢେଙ୍କାନାଳକୁ ସଙ୍ଗିଲ୍‌ରେ ୧୫ – ୩, ୧୫ – ୩ ଓ ଡବଲ୍‌ରେ ୧୫ – ୬, ୧୫ – ୬ରେ ପରାଜିତ କରି ବିଜେତା ହୋଇଥିଲେ । ସେହିପରି ୧୭ ବର୍ଷରୁ କମ ବାଳକ ବିଭାଗରେ ଭୁବନେଶ୍ୱର ଠାରୁ ସଙ୍ଗିଲ୍‌ରେ ୧୨ – ୧୫, ୧୫ – ୯, ୧୧ – ୧୫ ଓ ଡବଲ୍‌ରେ ୭ – ୧୫, ୧୦ – ୧୫ ରେ ପରାଜିତ ହୋଇ ଉପବିଜେତା ହୋଇଥିଲେ । ପ୍ରକାଶଥାଉ କି, ୧୪ ବର୍ଷରୁ କମ ବାଳକ ବିଭାଗରେ ଇଶାନ ସାହୁ ଓ ସାଇ ଆୟୁଷ ଚରଣ ପୁରୋହିତ ଓ ୧୭ ବର୍ଷରୁ କମ ବାଳକ ବିଭାଗରେ ବିଜୟ ଗୁଡ଼ିଆ ଦିଲ୍ଲୀରେ ହେବାକୁଥିବା ଜାତୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ବଲାଙ୍ଗିରରୁ ଜଣେ ମାତ୍ର ଜାତୀୟ ଅମ୍ପାୟର ହେମନ୍ତ ପ୍ରଧାନ ଅଫିସିଆଲ୍ ଭାବରେ ଯୋଗଦେଇ ଥିଲେ ଦଳର ଏହି କୃତିତ୍ଵର ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସାଧାରଣ ସମ୍ପାଦକ ସୁରୁଲାଲ ମଟାରି ତଥା ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.