ଦାୟିତ୍ୱ ଗ୍ରହଣ କଲେ କନ୍ଧମାଳର ନୂଆ ଜିଲ୍ଲାପାଳ ଆଇଏଏସ ବେଦଭୂଷଣ

ଫୁଲବାଣୀ : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ପରେ କନ୍ଧମାଳର ନୂତନ ଜିଲ୍ଲାପାଳ ଭାବେ ବେଦଭୂଷଣଙ୍କୁ ନିଯୁକ୍ତି ମିଳିଛି । ସୋମବାର ସେ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ ଯୋଜନାକୁ ତ୍ୱରାନ୍ୱିତ କରାଯିବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି । ଏଥିସହ ଗମନାଗମନ, ମୋବାଇଲ ନେଟୱାର୍କ, ପର୍ଯ୍ୟଟନ ଓ ବିକଳ୍ପ କୃଷି ଭଳି କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ ରୋଜଗାର ବୃଦ୍ଧି ପାଇଁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି । ଜିଲ୍ଲାର ଲୋକେ ପରିଶ୍ରମୀ, ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କଲେ କନ୍ଧମାଳ ଏକ ବିକଶିତ ଜିଲ୍ଲାରେ ପରିଣତ ହୋଇ ପାରିବ ବୋଲି ଆଶା ପ୍ରକଟ କରିଛନ୍ତି ନୂତନ ଜିଲ୍ଲାପାଳ । ସୂଚନାଯୋଗ୍ୟ, ବେଦଭୂଷଣ ଏହା ପୂର୍ବରୁ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ କାର୍ଯ୍ୟରତ ଥିଲେ । ଜିଲ୍ଲାପାଳ କାର୍ୟ୍ୟରେ ଯୋଗଦେବା ପରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ସମେତ ବିଭାଗୀୟ ଅଧିକାରୀ, ଜିଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

jittmm
Leave A Reply

Your email address will not be published.