oom

ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିରେ ଦୁର୍ବୃତ୍ତଙ୍କ ଆକ୍ରମଣ ବ୍ୟବସାୟୀ ଏସ.ପି.ଙ୍କ ଦ୍ୱାରସ୍ଥ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିରେ ଦୁର୍ବୃତ୍ତମାନେ ବାରମ୍ବାର ଉନ୍ମତକାଣ୍ଡ ଘଟାଉଛନ୍ତି । ଏହାସହିତ ଲାଇସେନ୍ସଧାରୀଙ୍କୁ ଏଠାରୁ ମଦଭାଟି ହଟାଇବାକୁ ଧମକଚମକ ଦିଆଯାଉଛି । ଏଭଳି ଅଭିଯୋଗ ପୁଲିସ ନିକଟରେ ପହଚିଂଲେ ସୁଦ୍ଧା ପୁଲିସର କାର୍ଯ୍ୟନେୁଷ୍ଠାନ ଆଦୌ ନାହିଁ । ବାରମ୍ବାର ଏହିପରି ଘଟଣା ଯୋଗୁଁ ଲାଇସେନ୍ସପ୍ରାପ୍ତ ଭାଟିଧାରମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ନିରାଶ ହୋଇ ଶେଷରେ ଲାଇସେନ୍ସଧାରୀମାନେ ଗଞ୍ଜାମ ଏସ୍‌.ପି.ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉପରୋକ୍ତ ଏଭଳି ଘଟଣା ଚମାଖଣ୍ଡି ଥାନା ଅଚଂଳ କେରାଣ୍ଡିତୋଳା ଓ ରଘୁନାଥପୁର ଗ୍ରାମରେ ଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିରେ ଘଟିଥିବା ଜଣାପଡିଛି । ୨୦୦୬ ମସିହାରୁ କେରେଣ୍ଡିତୋଳା ଗ୍ରାମରେ ଜେ.ଚେନେୟା ରେଡ୍ଡୀ ଓ ରଘୁନାଥପୁର ଗ୍ରାମରେ ଜେ.ସାବିତ୍ରୀ ରେଡ୍ଡୀଙ୍କ ନାମରେ ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ରହିଛି । ଉକ୍ତ ମଦଭାଟିଧାରମାନେ ନିୟମିତ ସରକାରଙ୍କ ନିୟମଅନୁସାରେ ଭାଟି ପରିଚାଳିତ କରି ଆସୁଛନ୍ତି । ସରକାରଙ୍କୁ ରାଜସ୍ୱ ଦେଇ ମଦଭାଟି ପରିଚାଳିତ କରୁଥିବା ବେଳେ ସେମାନଙ୍କ ଭାଟିରେ କିଛି ନୃସଂହସ କାର୍ଯ୍ୟ ହେଲେ ପୁଲିସର ସଂପୂର୍ଣ୍ଣ ସହଯୋଗ ମିଳୁନଥିବା ନେଇ ଲାଇସେନ୍ସପ୍ରାପ୍ତ ଭାଟିଧାରମାନଙ୍କ ପକ୍ଷର ଆଇନପରାମର୍ଶଦାତା ଆଇନଜୀବୀ ଦୀପକ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଗଲାମାସରେ ଜଣେ ବିଶିଷ୍ଟ ମଦ ବ୍ୟବସାୟୀଙ୍କ ପ୍ରରୋଚନାରେ କିଛି ଦୁର୍ବୃତ୍ତମାନେ ଚମାଖଣ୍ଡି ଥାନା ଅଧୀନରେ ଥିବା ଜେ.ସାବିତ୍ରୀ ରେଡ୍ଡୀଙ୍କ ନାମରେ ଚାଲିଥିବା ଲାଇସେନ୍ସପ୍ରାପ୍ତ ରଘୁନାଥପୁର ମଦଭାଟି ଓ ଜେ.ଚେନେୟା ରେଡ୍ଡୀଙ୍କ ନାମରେ ଚାଲୁଥିବା କେରାଣ୍ଡିତୋଳା ଗ୍ରାମର ମଦଭାଟି ଏବଂ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିରେ ଉନ୍ମତକାଣ୍ଡ କରିଛନ୍ତି । ଏସଂକ୍ରାନ୍ତରେ ଗଲାମାସ ୨୦ ତାରିଖରେ ଚମାଖଣ୍ଡି ଥାନାରେ ଜେ.ସାବିତ୍ରୀ ରେଡ୍ଡୀ ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ । କିନ୍ତୁ ଏହାଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ କିଛି ନାହିଁ । ଫଳରେ ଗତକାଲି ରାତିରେ ପୁଣି କେରାଣ୍ଡିତୋଳା ଗ୍ରାମରେ ଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିଧାର ଜେ.ଚେନେୟା ରେଡ୍ଡୀଙ୍କୁ ଏହି ସ୍ଥାନରୁ ମଦଭାଟି ହଟାଇବାକୁ ହେବ ଏଠାରେ ଆମ୍ଭେମାନେ ମଦଭାଟି ଚଳାଇବୁ ବୋଲି ଦୁର୍ବୃତ୍ତମାନେ ଧମକ ଦେଇଛନ୍ତି । ପୂର୍ବରୁ ଚମାଖଣ୍ଡି ଥାନା ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ ରହିଥିବାରୁ ବାଧ୍ୟ ହୋଇ ଲାଇସେନ୍ସଧାରୀ ଜେ.ଚେନେୟା ଓ ତାଙ୍କରି ଓକିଲ ଦୀପକ ପଟ୍ଟନାୟକଙ୍କ ସମେତ ଗଞ୍ଜାମ ଏସ୍‌.ପି.ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସ୍‌.ପି.ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌.ପି. ରଞ୍ଜିତ୍ କୁମାର ପୃଷ୍ଟିଙ୍କୁ ସାକ୍ଷତ କରି ଅଭିଯୋଗ ଜଣାଇଛନ୍ତି । ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ପରେ ତୁରନ୍ତ ଚମାଖଣ୍ଡି ପୁଲିସକୁ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଏସ୍‌.ପି. ଶ୍ରୀ ପୃଷ୍ଟି ନିର୍ଦ୍ଦେଶ ଦେଇଛନ୍ତି ।

jittmm
Leave A Reply

Your email address will not be published.