ପୁରୀଠାରେ ମିସ୍‌ ଇଣ୍ଡିଆ ଗ୍ଲୋବାଲ ମୁକୁଟ ପିନ୍ଧିଲେ ବଲାଙ୍ଗିରର ବିୟୁଟି କୁଇନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୀଠାରେ ଅନୁଷ୍ଠିତ ଜାତୀୟ ସୌଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ଗ୍ଲୋବାଲ ମିସ ଇଣ୍ଡିଆର ଟାଇଟେଲ ଜିତିଛନ୍ତି ବଲାଙ୍ଗିର ସତ୍ୟନାରାୟଣପଡାର ସାଗରିକା ପାଣିଗ୍ରାହୀ । ସାଗରିକାଙ୍କୁ ବଲାଙ୍ଗିର ବୁଦ୍ଧିଜୀବୀ ମହଲାୁ ଶୁଭେଚ୍ଛା ଜଣାଯିବା ସହ ସ୍ୱାଗତ କରାଯାଇ ତାଙ୍କର ଉତ୍ତରୋତ୍ତର କାମନା କରାଯାଇଥିଲା । ଅନ୍ୟପଟେ ସାଗରିକା ଜଣେ ବ୍ୟାଙ୍କ କର୍ମଚାରୀ ଅଟନ୍ତି । ତେବେ ଆସନ୍ତା ଜାନୁୟାରୀରେ ସେ ଗ୍ଲୋବାଲ ମିସ୍‌ ୱାର୍ଲଡ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମାଲେସିଆ ଯିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.