om academy

ବେଆଇନ୍ ବାଲି ଚାଲାଣ : ୩୦ ହଜାର ଜରିମାନା ଆଦାୟ

jsm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଳା ଖଜୁରିପଡ଼ା ସଦରମହକୁମା ଠାରେ ପୁଲିସ୍ ଜନଗହଳି ରୋକିବା ସହିତ ଅମାନିଆ ବାଇକ୍ ଚାଳକମାନଙ୍କୁ ଅଟକାଇ ମାକ୍ସ ଓ ହେଲମେଟ୍ ବ୍ୟବହାର କରିନଥିବା ଲୋକଙ୍କଠାରୁ ଫାଇନ୍ ଆଦାୟ କରିିଥିଲେ । ଏହି ସମୟରେ ବୌଦ୍ଧ ଜିଲ୍ଳାରୁ ବାଲିନେଇ ଖଜୁରିପଡ଼ା ଆସିଥିବା ଏକ ହାଇୱା ଟ୍ରକକୁ ପୁଲିସ୍ ଅଟକାଇଥିଲା । ଏନେଇ ତହସିଲଦାରଙ୍କୁ ପୁଲିସ ସୂଚନା ଦେଇଥିଲା । ଖଜୁରିପଡ଼ା ତହସିଲଦାର ସ୍ୱପ୍ନିତା ନାୟକ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗରେ ଉକ୍ତ ହାଇୱା ଟ୍ରକକୁ(ନଂ: ଓଡ଼ି୧୫ଏମ୍ ୯୫୮୮) ଗାଡିକୁ ୨୦ ହଜାର ଟଙ୍କାର ଜରିମାନା ଆଦାୟ କରିଥିଲେ । ସେହିପରି ସୁଡୁରୁକୁମ୍ପା ରାସ୍ତାରେ ତୁମୁଡ଼ିବନ୍ଧ ଯାଉଥିବା ଅନ୍ୟଏକ ଟିପର ଗାଡ଼ି(ନ: ଓଆର୍୧୨ବି୨୭୭୪)ରୁ ମଧ୍ୟ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ସେହିଭଳି ପୁଲିସ୍ ମଧ୍ୟ ସ୍ଥାନୀୟ ଅଞ୍ଚଳର ବିିଭିନ୍ନ ସ୍ଥାନରେ ଚଢାଉ କରି ଅମାନିଆଙ୍କଠାରୁ ଜରିମାନା ଆଦାୟ କରିଛି । ସେହିଭଳି ଆଜି ବଜାର ମଧ୍ୟରେ ଅନେକ ଦୋକାନରେ ଗହଳି ହୋଇଥିବା ବେଳେ ସେମାନଙ୍କୁ ତହସିଲଦାର ତାଗିତ୍ କରିବା ସହିତ ସତର୍କ କରାଇଛନ୍ତି । ଖଜୁରିପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର, ଏସ୍ଆଇ ଉଦ୍ଧବ ଯାନୀ, ବିକାଶ କୁମାର ମଲିକ ଓ ଏଏସ୍ଆଇ ଶଙ୍କର ପାଢୀ ପ୍ରମୁଖ ସହରର ବିିଭିନ୍ନ ସ୍ଥାନରେ ବୁଲି ଅମାନିଆଙ୍କୁ ସାବାଡ଼୍ କରିଥିଲେ । ଫୁଲବାଣୀ ସଦର ଏସଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ମଧ୍ୟ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.