oum

ବଡ଼ ମାଁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ‌ସ୍ୱାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରି ଆତ୍ମ ଜୀବନୀକୁ ନେଇ ନିର୍ମିତ ହେବାକୁ ଥିବା ଚଳଚ୍ଚିତ୍ର ବଡ଼ ମାଁର ସୁଟିଂ କାର୍ୟ୍ୟ ଜିଲ୍ଲାର ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି । ସୁନାମଧନ୍ୟ ଟେଲିଭିଜନ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ରରେ ପୃଥ୍ୱୀରାଜ ନାଏକ, ଅଶ୍ବିନୀ ପଣ୍ଡା, ପ୍ରଦୀପ ଦେବତା, ଡଃ ତପସ୍ଵିନୀ ଗୁରୁ, ମୋନିକା, କନକ ଦଣ୍ଡ ସେନା, ତଥା ଅନେକ ନବାଗତ କଳାକାରମାନଙ୍କୁ ଅଭିନୟ ପାଇଁ ସୁଯୋଗ ଦିଆଯାଇଛି । ସହଯୋଗୀ ନିର୍ଦ୍ଦେଶକ ଭାବେ ରାଜେନ୍ଦ୍ର କୁମାର ବାଗ ରହିଥିବା ବେଳେ ସିନେ ଫୋଟୋଗ୍ରାଫି ଭାବେ ଟୁଲୁ ରହିଛନ୍ତି ।

Leave A Reply

Your email address will not be published.