oum

ସ୍ୱରାଜ ହସ୍‌ପିଟାଲ୍‌କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱରାଜ ହସ୍‌ପିଟାଲ୍‌ରେ ପ୍ରସୂତି ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାର ତଦନ୍ତ ହେବ ଏବଂ ଦୋଷୀ ଦଣ୍ଡ ପାଇବ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସ୍ୱରାଜ ହସ୍‌ପିଟାଲ୍‌ ବିରୋଧରେ ଆସିଥିଲା ସାଂଘାତିକ ଅଭିଯୋଗ । ବଲାଙ୍ଗିର ଥାନାରେ ମଧ୍ୟ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା । ରାଉରକେଲାରୁ ଆସିଥିବା ପ୍ରମୋଦିନୀ କୁମ୍ଭାର ବଲାଙ୍ଗିର ସଦର ଥାନା ସାମ୍ନାରେ କୋହଭରା କଣ୍ଠରେ ତାଙ୍କ ଭଉଣୀ ବେଲପଡ଼ା ଥାନା ମଣ୍ଡଳ ଗ୍ରାମର ଝିଅ ତଥା ପାଟଣାଗଡ଼ର ବୋହୁ ଶ୍ରଦ୍ଧାଂଜଳି ମହାନନ୍ଦ(୨୩)ଙ୍କ ବଲାଙ୍ଗିର ସ୍ୱରାଜ ହସ୍‌ପିଟାଲ୍‌ରେ ଆଡ୍‌ମିଟ୍‌ କରାଯାଇଥିଲା ଓ ତାଙ୍କ ଗର୍ଭରୁ ଏକ ସୁସ୍ଥ ସନ୍ତାନ ମଧ୍ୟ ଜନ୍ମ ନେଇଥିଲା ହେଲେ ସିଏସ୍‌ ପରେ ଶ୍ରଦ୍ଧାଂଜଳିଙ୍କ ଅବସ୍ଥା ଜଟିଳ ହୋଇପଡ଼ିଥିଲା । ଶେଷରେ ଉଚିତ୍‌ ଚିକିତ୍ସା ନପାଇଁ ତାଙ୍କ ଭଉଣୀ ମୃତ୍ୟୁମୁଖରେ ପଡ଼ିଥିବା ସେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାର ଉଚିତ୍‌ ତଦନ୍ତ ହେବ ଓ ଦୋଷୀ ଦଣ୍ଡ ପାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି ।

Leave A Reply

Your email address will not be published.