ବାତ୍ୟା ରେମାଲ୍‌ରେ ୧୨ ମୃତ

ନୂଆଦିଲ୍ଲୀ : ବାତ୍ୟା ରେମାଲ୍‌ ଗତକାଲି ରାତିରେ ଲ୍ୟାଣ୍ଡଫଲ୍‌ କରିଛି । ରବିବାର ରାତି ୮ଟା ୩୦ରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ଉକ୍ତ ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ୍‌ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛି । ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ବାଂଲାଦେଶରେ ୧୦ ଜଣ ଏବଂ ପଶ୍ଚିମବଙ୍ଗରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ବାତ୍ୟା ଦୁର୍ବଳ ହେବାପରେ କଲିକତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି । ବାଂଲାଦେଶର ବ୍ୟାପକ ଅଞ୍ଚଳରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଛି । ଏଥିଯୋଗୁ ୧୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି । କୋଲକାତାର ବିବିବାଗାନରେ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ମୌସୁମୀ ଦ୍‌ଦ୍ୱୀପରେ ଗଛ ପଡ଼ିଯିବାରୁ ଜଣେ ୮୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.