ବଲାଙ୍ଗିରରେ ବାଟି ସୋଢାର କମାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢୁଛି ଖରା, ସିଝୁଛି ବଲାଙ୍ଗିର, ପଥଚାରୀମାନଙ୍କ ପାଇଁ ସାହାରା ପାଲଟିଛି ବାଟି ସୋଢା । ବାଟି ସୋଢା ନିଆରା ଭାବରେ ତିଆରି କରାଯାଉଛି । ଖରାରେ ରାସ୍ତାରେ ଯାଉଥିବା ବାଟୋଇମାନେ ଏହି ବାଟି ସୋଢାକୁ ପିଇ ବହୁତ ଆନନ୍ଦିତ ମନେ କରୁଛନ୍ତି । ନିଆରା ଭାବରେ ଏହି ବାଟି ସୋଢା ତିଆରି କରାଯାଉଥିବା ବେଳେ ଏହା ବଲାଙ୍ଗିର ସହରର ଜାଗା ଜାଗାରେ ମିଳିଥାଏ । । ମୁଖ୍ୟତଃ ବଲାଙ୍ଗିର ସହରର ଗୋଶାଳା ସାମ୍ନାରେ ଏହି ବାଟି ସୋଢାକୁ ବେଶ୍‌ ନିଆରା ଭାବରେ ତିଆରି କରାଯାଏ । ଗୋଟିଏ ଗ୍ଲାସକୁ ୨୦ଟଙ୍କା ଥିବା ବେଳେ ବିଭିନ୍ନ ଗୁଡ଼ାଏ ଫ୍ଲେଭର ରହିଛି, ଯାହା ଗ୍ରାହକମାନେ ଚୟନ କରନ୍ତି । ସେ ସବୁକୁ ନେଇ ଏହି ବାଟି ସୋଢା ବରଫ, ଲେମ୍ବୁ, ଲୁଣ, ଜଲ୍‌ଜିରା ଆଦି ଜିନିଷରେ ତିଆରି କରାଯାଏ ।

Leave A Reply

Your email address will not be published.