ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ କର- ଏଆଇଡିଏସ୍‌ଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ ଦାବୀରେ ଦେଶ ବ୍ୟାପି ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ସଂଗୃହିତ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ ଅବସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଶିକ୍ଷାନୀତି ଦ୍ୱାରା ଶିକ୍ଷାର ମୂଳ ଉଦ୍ଦେଶ୍ୟ ତଥା ପ୍ରକୃତ ନିର୍ଯ୍ୟାସ ନଷ୍ଟ କରି ବିଶ୍ୱ ବଜାରରେ ଶିକ୍ଷାକୁ ଏକ ଲାଭଦାୟକ ପଣ୍ୟରେ ପରିଣତ କରିବ, ଇସିସିଇ ବିଦ୍ୟାଳୟ କମ୍‌ପ୍ଲେକ୍ସ ନାଁରେ ସରକାରୀ ବିଦ୍ୟାଳୟ ବନ୍ଦ କରିବା, ବ୍ଲେଣ୍ଡେଡ୍‌ ପଦ୍ଧତିରେ ଶିକ୍ଷା ଦେବା, ୪ ବର୍ଷିଆ ଡିଗ୍ରୀ କୋର୍ସ ପ୍ରଚଳନ, ଧନ୍ଦାମୂଖି କରିବା, ଅଯୌକ୍ତିକ ଭାଷନୀତି, ନବମ ଶ୍ରେଣୀରୁ ସେମିଷ୍ଟାର, ଏକାଧିକ ପ୍ରବେଶ ଓ ପ୍ରସ୍ଥାନ, ଏକାଡେମିକ ବ୍ୟାଙ୍କ ଅଫ୍‌ କ୍ରେଡିଟ୍‌, ଏମ୍‌ଫିଲ୍ଡ ଉଠାଇ ଦେବା, ୪ ବର୍ଷିଆ ଡିଗ୍ରୀ କୋର୍ସ ପରେ ପିଏଚ୍‌ଡି, ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ ପ୍ରଭୃତି ଦ୍ୱାରା ସାମଗ୍ରୀକ ଶିକ୍ଷା ବ୍ୟବସ୍ଥା ଧ୍ୱଂସ ହେବ । ତେଣୁ ଏହାକୁ ବାତିଲ କରିବା ପାଇଁ ଶିକ୍ଷା ପ୍ରେମୀ ଆଗେଇ ଆସନ୍ତୁ ବୋଲି ବକ୍ତାମାନେ କହିଥିଲେ । ଏହି ପ୍ରତିବାଦ ସଭାରେ ଏଆଇଡିଏସ୍‌ଓ ଜିଲ୍ଲା ସଂପାଦକ ମଧୁସୁଦନ ବାଗ, ରାଜ୍ୟ ଉପସଭାପତି ସୁନିଲ ଭୋଇ, ଗୋସେବ୍‌ ବାଗ, ତାମସ ବେହେରା, ଗୌରୀ ରାଉତ, ସିଦ୍ଧାନ୍ତ ମହାକୁର, ଅହଲ୍ୟା ସାହୁ, ତ୍ରିଲୋଚନ ସାହୁ, ଗୀତା ଷାଣ୍ଢ ପ୍ରଭୃତି ସାମିଲ ଥିଲେ ।

jittmm
Leave A Reply

Your email address will not be published.