ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମରେ ଆସନ୍ତା ୨୬. ୦୨ ରୁ ୨୩ . ୦୩ . ୨୦୨୫ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ୨୪ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ପୂର୍ବତନ କ୍ରିକେଟର ଦେବସିଂ ଭରାସାଗରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଅନିଲ କୁମାର ଦାସ ଓ କୋଷାଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଗଲା । ଏହି ଟୁର୍ଣ୍ଣାମେଣ୍ଟରେ ୨୪ ଟି ଦଳ ଅଂଶଗ୍ରହଣ କରିବେ ଲିଗ୍ ମ୍ୟାଚ୍ ୮ ଓଭର୍, ସେମି ଫାଇନାଲ ୧୦ ଓ ଫାଇନାଲ ମ୍ୟାଚ ୧୨ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯିବ ଯିବ ବୋଲି ସଭାପତି ଶ୍ରୀ ଭରାସାଗର କହିଥିଲେ । ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ଲଳିତ ଜଗତ, ମହେନ୍ଦ୍ର ମଲ୍ଲିକ ଓ ନିର୍ମଳ ନାୟକ ଉପସ୍ଥିତ ଥିଲେ । ସୁରେଶ ବିଶ୍ୱାଳ, ବିକେଶ ବିଶ୍ୱାଳ, ନରେଶ ବିଶ୍ୱାଳ, ମାନସ ନାୟକ, ମନୋରଞ୍ଜନ ମଲ୍ଲିକ, ଗିରିଧାରୀ ଭୋଇ, ମହେନ୍ଦ୍ର ଭୋଇ, ମୁକେଶ ବିଶ୍ୱାଳ, ଦୁଖିଶ୍ୟାମ ସରୀୟା, ରିଙ୍କୁ ମଲ୍ଲିକ, କ୍ରିଷ୍ଣା ବିଶ୍ୱାଳ, ଦାମୋଦର ରଣା, ଗୋବର୍ଦ୍ଧନ ଭୋଇ, ଯୋଗେଶ ବିଶ୍ୱାଳ ଓ ମହେଶ ବିଶ୍ୱାଳ ଉପସ୍ଥିତ ଥିଲେ ।
Next Post