ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପତିତପାବନ ଏକାଡେମୀ ସ୍କୁଲର ୧୯୮୫ ମାଟ୍ରିକ ବ୍ୟାଚଙ୍କ ବନ୍ଧୁମିଳନ ବାରପୁଢ଼ଗିଆ ସ୍ଥିତ ମୋଦି ଫାର୍ମ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନରେ ୪୦ରୁ ଅଧିକ ପୁରତାନ ଛାତ୍ର ଯୋଗଦେଇଥିଲେ । ପ୍ରଥମେ ପି.ପି.ଏକାଡେମୀ ସ୍କୁଲର ଯେଉ ଶିକ୍ଷକମାନଙ୍କ ପରଲୋକ ହୋଇଯାଇଛି ସେମାନଙ୍କ ଆତ୍ମାର ସଦଗତି ପାଇଁ ନୀରବ ପାର୍ଥନା କରାଯାଇଥିଲା । ଆଗାମୀ ଦିନରେ ସମସ୍ତେ ପରସ୍ପର ମଧ୍ୟରେ ବନ୍ଧୁତା ରଖିବା ସହିତ ବିଭିନ୍ନ ସାମାଜିକ ଜୀବନରେ ଜଡିତ ରହିବା ସହିତ ନିଜ ନିଜ ଭିତରେ ସାହାଯ୍ୟ ଓ ସହଯୋଗ ରଖିବା ପାଇଁ ପୁରାତନ ଛାତ୍ରମାନେ ମତ ରଖିଥିଲେ । ପ୍ରତିବର୍ଷ ଜାନୁଆରୀ ୨୬କୁ ଏହି ବନ୍ଧୁ ମିଳନ ରଖାଯିବାକୁ ସ୍ଥିର କରାଯାଇଥିଲା ।