om academy

ଦୀର୍ଘ ଛଅ ବର୍ଷ ହେବ ବସୁଧା ଜଳ ଭଣ୍ଡାର ଅଚଳ : ପାଣି ମୁନ୍ଦେ ପାଇଁ ଡ଼ହଳ ବିକଳ ଗ୍ରାମବାସୀ

jsm

ତୁରେକେଲା, (କୈଳାଶ ସଗ୍ରିଆ) : କନ୍ଦେଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁ ଲୋକେ ପାଣି ମୁନ୍ଦେ ପାଇବାକୁ ଡ଼ହଳ ବିକଳ ହେଉଥିବା ଲୋକଲୋଚନକୁ ଆସିଛି । ପ୍ରାୟ ଛଅ ବର୍ଷ ହେବ ବସୁଧା ଜଳ ଭଣ୍ଡାର ରହି ମଧ୍ୟ ପାଣି ମୁନ୍ଦେ ପାଇବାରୁ ସେମାନେ ବଞ୍ଚିତ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ ପଶ୍ଚିମ ଓଡ଼ିଶା ଲୋକକଳା ପୁନରୁଦ୍ଧାର ପରିଷଦର ସଭାପତି ଅମିଲ ପୁଟେଲ, ଗାଁର ଭଦ୍ରବ୍ୟକ୍ତି ବୃନ୍ଦ ଏବଂ ଏସ୍‌ଏଚ୍‌ଜି ମହିଳା ବୃନ୍ଦ ଅନେକ ଥର ସରପଞ୍ଚ, ବ୍ଲକ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଖରା ଦିନେ ପାଣି ମୁନ୍ଦେ ନ ପାଇ ଗାଁ ଲୋକେ ଅସୁବିଧା ଭୋଗୁଥିବା ବେଳେ ବସୁଧା ଜଳ ଭଣ୍ଡାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.